ଆଜିକାଲି ସମୟରେ ଆମ ସମସ୍ତଙ୍କ ପାଇଁ ବୀମା ଜରୁରି ହୋଇଗଲାଣି। ଏପଟେ ବଜାରରେ ଏବେ ବୀମା କମ୍ପାନି ହାଉଜାଉ। ଏଣୁ ଜୀବନ, ସ୍ବାସ୍ଥ୍ୟ ଓ ଅନ୍ୟକୌଣସି ପଲିସି ବାଛିବାକୁ ହେଲେ ଅନେକ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଛି। ପଲିସି ଚୟନକୁ ସହଜ କରିବା ପାଇଁ ତଥା ସର୍ବୋତ୍ତମ ବୀମାକାରୀଙ୍କୁ ବାଛିବା ପାଇଁ ଆପଣ ବିଭିନ୍ନ ପାରାମିଟର୍କୁ ବିଚାର କରିପାରିବେ। ଏଥିରେ ଆସିବ କ୍ଲେମ୍ ସେଟଲ୍ମେଣ୍ଟ ରେସିଓ, ଯାହା ଏକ ବୀମା କମ୍ପାନିର ବିଶ୍ୱସନୀୟତା ଓ ଏହାର ଦାବି ସମାଧାନ ପ୍ରକ୍ରିୟାର ପ୍ରଭାବଶାଳୀତାକୁ ସୂଚାଇପାରିବ।

