Breaking News

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ସହର ସହିତ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ

ଭୁବନେଶ୍ୱର: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର। ପ୍ରତି ଗାଁକୁ ନିର୍ମାଣ ହେବ ରାସ୍ତା। ମାଲକାନଗିରି ଜିଲାର ସମସ୍ତ ସହର ସହିତ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ। ଜିଲାର ଯୋଗାଯୋଗ କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମାଲକାନଗିରି ଜିଲା ଗସ୍ତ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସମସ୍ୟାର ସମାଧାନ ସହିତ ଖୁବଶୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ। ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି। ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ପ୍ରତି ଗାଁକୁ ରାସ୍ତା ହେବା ସହ ସହର ସହିତ ଦୁର୍ଗମ ଅଞ୍ଚଳ ଯୋଡ଼ିହେବ। ୧୫୮ କୋଟି ଟଙ୍କାରେ ୧୭୨ରୁ ଅଧିକ କିଲୋମିଟର ରାସ୍ତା ନିର୍ମାଣ କରାଯିବ ।

ଏହାଦ୍ବାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ। ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଯୋଗାଇଦେବେ।

Comments are closed.