Breaking News

୮୩ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ, କିନ୍ତୁ କେବେ କମିବ ଘରୋଇ ସିଲିଣ୍ଡର ମୂଲ୍ୟ ?

0

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି।

ତେବେ ଏହି ଆଶ୍ବସ୍ତି ସାଧାରଣ ଲୋକଙ୍କୁ ନୁହେଁ ବରଂ କ୍ଷୁଦ୍ର ଦୋକାନୀ ଓ ହୋଟେଲ ମାଲିକଙ୍କୁ ଦିଆଯାଇଛି । କାରଣ ଏହି ହ୍ରାସ କେବଳ ୧୯ କେଜି ବ୍ୟବସାୟିକ ସିଲିଣ୍ଡରରେ କରାଯାଇଛି। ଜୁନ୍ ପହିଲାରୁ ଏହି ନୂଆ ଦର ଲାଗୁ ହୋଇଛି । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୮୩.୫ ଟଙ୍କା କମିବା ପରେ ୧୭୭୩ ଟଙ୍କା  ହୋଇଛି ।

ଅନ୍ୟପକ୍ଷରେ ସାଧାରଣ ଖାଉଟିଙ୍କ ଦୈନନ୍ଦିନ ଜୀବନରେ ଏକ ଜରୁରୀ ଅଂଗ ପାଲଟିଥିବା ଘରୋଇ ଏଲପିଜି ସିଲିଣ୍ଡର ଦର ଏବେ ବି ମହଙ୍ଗା ରହିଛି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେ​ଳେ ଦର କେବେ କମିବ ସେ ନେଇ ସରକାର କିମ୍ବା ତେଲ କମ୍ପାନିମାନଙ୍କଠାରୁ କୌଣସି ସୂଚନା ମିଳିନାହିଁ । ମେ ୧, ୨୦୨୩ରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା ଏବଂ ଆଜି ବି ଏହା ସମାନ ଦରରେ ଉପଲବ୍ଧ ହେଉଛି । ସେହିପରି ଭୁବନେଶ୍ବରରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୩୦ଟଙ୍କା ରହିଛି ।

Leave A Reply

Your email address will not be published.