Breaking News

ବିକାଶ ମିଶ୍ର ଥିଲେ ଜଣେ ଉଦୀୟମାନ ଯୁବ ସାମ୍ବାଦିକ, ଜିଲ୍ଲାର ବିକାଶ ନିମନ୍ତେ ସର୍ବଦା କରି ଆସୁଥିଲେ ଉଦ୍ୟମ

ସ୍ୱର୍ଗତଃ ସାମ୍ୱାଦିକ ବିକାଶ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0

ଫୁଲବାଣୀ: ମଙ୍ଗଳବାର  ସନ୍ଧ୍ୟା ୫.୩୦ ମିନିଟ ସମୟରେ ଖଜୁରିପଡା ଥାନା ଅନ୍ତର୍ଗତ ସମେପଦର ଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ‘ପୃଷ୍ଠଭୂମି’ ଦୈନିକ ଖବରକାଗଜ ଏବଂ ‘ପିପିଏଲ ‘ନିୟୁଜ ୱେବ ଚାନେଲର କନ୍ଧମାଳ ଜିଲ୍ଲା ପ୍ରତିନିଧି ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କର ଅକାଳ ବିୟୋଗରେ ଫୁଲବାଣୀ ପ୍ରେସକ୍ଳବ ଠାରେ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକଙ୍କର ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବିକାଶ ମିଶ୍ର ଜଣେ ଉଦୀୟମାନ ଯୁବ ସାମ୍ବାଦିକ ଥିଲେ । ସେ ଜିଲ୍ଲାର ବିକାଶ ନିମନ୍ତେ ସର୍ବଦା ଉଦ୍ୟମ କରି ଆସୁଥିଲେ। ବିକାଶ ଜଣେ ମିଷ୍ଟଭାସି, କର୍ତ୍ତବ୍ୟ ନିଷ୍ଠା, ମେଳାପି, ଶାନ୍ତ ସରଳ ଯୁବକ ଥିଲେ ବୋଲି ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରେସକ୍ଳବ ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ ସ୍ୱର୍ଗତଃ ସାମ୍ବାଦିକ ବିକାଶ ମିଶ୍ରଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କନ୍ଧମାଳ ମିଡ଼ିଆ ଫୋରମ ସଭାପତି ସୁନିଲ ବିଶ୍ୱାଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମସ୍ତ ସାମ୍ବାଦିକ ସତର୍କ ରହି ହେଲମେଟ ପିନ୍ଧି ଗାଡି ଚଳାନ୍ତୁ ବୋଲି ହିତପଦେଶ ଦେଇଥିବା ବେଳେ ମୃତ ସାମ୍ବାଦିକ ବିକାଶଙ୍କର ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଉଦ୍ୟମ କରାଯିବା କଥା କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକା ଶିବାନୀ ସୁଆର, ସାମ୍ବାଦିକ ଅଶୋକ ମହାନ୍ତି, ପ୍ରଶାନ୍ତ ବେହେରା, ଅଜିତ ମହାରଣା, ବୈଦ୍ୟନାଥ ନାୟକ, ରଞ୍ଜନ ଦାସ, ଜୟସେନ ପରିଡା, ବୀରେନ୍ଦ୍ର ସୁବୁଦ୍ଧି, ସୂର୍ଯ୍ୟନାରାୟଣ ବେହେରା, ସୁଧୀର ମହାରଣା, ହୂରଞ୍ଜନ ସେଠୀ, ଗୋଲକ ବିହାରୀ କଁହର, ଅଶୋକ ରାୟ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ସନ୍ତୋଷ ବେହେରା, ଶିବରାମ ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସାମ୍ବାଦିକ ଉପସ୍ଥିତ ରହି ସାମ୍ବାଦିକ ବିକାଶ ମିଶ୍ରଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.