ଜାତୀୟ

Congress: ମନରେଗାକୁ ନେଇ ମୁହାଁମୁହିଁ: ୧୭ରେ କଂଗ୍ରେସର ବିକ୍ଷୋଭ

ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ‌ଯୋଜନା (ମନରେଗା) ସ୍ଥାନରେ ଲାଗୁ ହେବାକୁ ଥିବା ଏହି ବିଲ୍‌, ୨୦୨୫କୁ ସଂସଦରେ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶଶି ଥରୁର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ବିଜେପି ମଧ୍ୟ ନାମ ପରିବର୍ତ୍ତନର ଆବଶ୍ୟକତା ଉପରେ ଯୁକ୍ତି ରଖିଛି।

ଆଜି ରାହୁଲ କହିଥିଲେ ଯେ ଏହା ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ପ୍ରତି ଏକ ଅପମାନ। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଦୃଷ୍ଟିକୋଣର ଏକ ଜୀବନ୍ତ ପ୍ରତୀକ ଥିଲା ମନରେଗା ଯାହା କୋଭିଡ୍ ମହାମାରୀ ସମୟରେ କୋଟି କୋଟି ଲୋକଙ୍କ ଜୀବନରେଖା ପାଲଟିଥିଲା। ଏହି ଯୋଜନା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁବେଳେ ଅକଳରେ ପକାଉଥିଲା। ସେଥିପାଇଁ ଆଜି ସେମାନେ ମନରେଗାକୁ ସମ୍ପୂର୍ଣ୍ଣ ଲିଭାଇଦେଲେ ବୋଲି ସେ କହିଛନ୍ତି। ଶଶି ଥରୁର ନୂଆ ଯୋଜନାକୁ ମନରେଗା ଓ ଗାନ୍ଧୀଙ୍କ ରାମ ରାଜ୍ୟ ସ୍ବପ୍ନ ଉପରେ ଆକ୍ରମଣ ବୋଲି କହିଛନ୍ତି। ସେ ୧୯୭୧ର ହିଟ୍ ବଲିଉଡ୍‌ ଗୀତ ‘ଦେଖୋ ଓ ଦିୱାନୋ ୟେ କାମ ନା କରୋ, ରାମ କା ନାମ ବଦନାମ ନା କରୋ’ ଗାଇଥିଲେ।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button