Breaking News

‘୯ରୁ ୯୦ ମିଶନ’ ନେଇ ଲଢିବ କଂଗ୍ରେସ । ଓଡିଶାରେ ପଡିବନି ଶାହାଙ୍କ ପ୍ରଭାବ

0

ଭୁବନେଶ୍ବର:୨୦୨୪ ନିର୍ବାଚନ ପାଇଁ ଏବେଠୁ ସଜବାଜ ହେଲାଣି କଂଗ୍ରେସ । ୯ରୁ ୯୦ ମିଶନକୁ ନେଇ ଦଳ କାର୍ଯ୍ୟ  କରୁଛି । ବୁଥ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତୁଙ୍ଗ ନେତାମାନଙ୍କୁ ଦଳ ନଛାଡି ଦଳରେ ରହି କାମ କରିବାକୁ ଆହ୍ୱାନ୍ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଲକ୍ଷରେ ଦଳ କାମ କରୁଛି ବୋଲି କହିଛନ୍ତି ଶରତା

ପିସିସି ସଭାପତି କହିଛନ୍ତି, ଓଡିଶାରେ ଅମିତ୍ ଶାହାଙ୍କର କୌଣସି ପ୍ରଭାବ ପଡିବ ନାହିଁ । ଓଡିଶାର ଜନସାଧାରଣ ହେଉଛନ୍ତି ହର୍ତ୍ତା, କର୍ତ୍ତା, ଦୈବବିଧାତା । ଜନସାଧାରଣ ହିଁ ଉଚିତ୍ ସମୟରେ ଉତିତ୍ ଜବାବ୍ ଦେବେ । ଜନସାଧାରଣଙ୍କ ଆଶୀର୍ବାଦ ନେଇ ଏକା ଲଢିବୁ ବୋଲି ଶରତ କହିଛନ୍ତିା ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ଅଛିା ଏପରିକି ଆସନ୍ତା ୬ମାସ ମଧ୍ୟରେ ନିର୍ବାଚନ କଲେ ବି କଂଗ୍ରେସ ପ୍ରସ୍ତୁତ ରହିଛି ।

ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ ଚାଲିଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ଦଳ ନଛାଡି ଆଲୋଚନା କରନ୍ତୁ । ସମସ୍ତେ ସହଯୋଗ କଲେ କଂଗ୍ରେସ ନିଶ୍ଚୟ ସରକାର ଗଢିବ ବୋଲି ଶରତ କହିଛନ୍ତିା

ଓଡିଶାରେ ବିଜେପି ସରକାର ଗଢିବ । ଗତକାଲି ଓଡିଶା ଗସ୍ତ ବେଳେ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ।, ଅମିତ୍ ଶାହା ଆସି କଣ କହିଲେ ତାକୁ ମୁଁ ଗୁରୁତର ସହ ନେଉନାହିଁ । ଗତଥର ନିର୍ବାଚନ ବେଳେ କହିଥିଲେ ୧୨୦ ସିଟ୍ ଆଣିବେ, ହେଲେ କେତେ ଜିତିଲେ? ତେଣୁ ଓଡିଶାରେ ଶାହାଙ୍କ ଫର୍ମୁଲା କାମ କରିବ ନାହିଁ ବୋଲି ଶରତ କହିଛନ୍ତିା ତେବେ ରାଜ୍ୟ କଂଗ୍ରେସ ୯ରୁ ୯୦ ମିଶନ ନେଇ କାମ କରୁଛି । ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ନିଶ୍ଚୟ କଂଗ୍ରେସ ସରକାର ଗଢିବ ବୋଳି ଶରତ କହିଛନ୍ତି ।

Leave A Reply

Your email address will not be published.