ବାଣିଜ୍ୟ

Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ଉଭୟ ବ୍ରାଣ୍ଡ୍‌ ଓ ଉଦ୍ୟୋଗୀଙ୍କୁ ସ୍ବୀକୃତି ଦେଉଥିବା ଏକ ମଞ୍ଚ

ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଡାଲ୍‌ମା ରେସ୍ତୋରାଁ ଶୃଙ୍ଖଳାର ପ୍ରତିଷ୍ଠାତା ଓ ଭୁବନେଶ୍ବର ଆଞ୍ଜେଲ୍‌ସର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ।

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଡାଲ୍‌ମା ରେସ୍ତୋରାଁ ଶୃଙ୍ଖଳାର ପ୍ରତିଷ୍ଠାତା ଓ ଭୁବନେଶ୍ବର ଆଞ୍ଜେଲ୍‌ସର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ସେ କହିଛନ୍ତି ଯେ ଏହା ଏକ ବହୁତ ଭଲ ପ୍ରୟାସ। ଏହା ଜରିଆରେ ‘ସମ୍ବାଦ’ କେବଳ ଓଡ଼ିଶାର ବ୍ରାଣ୍ଡ୍‌ ନୁହେଁ, ତା’ ସହିତ ଓଡ଼ିଆ ଉଦ୍ୟୋଗୀମାନଙ୍କର ମଧ୍ୟ ପ୍ରଚାରପ୍ରସାର କରୁଛି। ଏପ୍ରକାର ମଞ୍ଚ ଆଗରୁ ରାଜ୍ୟର ଉଦ୍ୟୋଗୀମାନଙ୍କୁ ମିଳୁନଥିଲା। ଏହା ହେଉଛି ଏକମାତ୍ର ମଞ୍ଚ ଯେଉଁଠାରେ ଉଭୟ ଉଦ୍ୟୋଗୀ ଓ ସେମାନଙ୍କ ଉତ୍ପାଦକୁ ସ୍ବୀକୃତି ମିଳୁଛି। ଏହା‌ ଏକ ସ୍ବତନ୍ତ୍ର ଓ ଧାରା ସୃଷ୍ଟିକାରୀ ପଦକ୍ଷେପ ବୋଲି ସେ କହିଛନ୍ତି। ‌ଯେକୌଣସି କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗୀ ଏଥିପାଇଁ ଆବେଦନ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଡାଲ୍‌ମା ରେସ୍ତୋରାଁକୁ ୨୦୧୯ରେ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ‌ସ୍‌: ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ପୁରସ୍କାର ମିଳିଥିଲା।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା “ଅଟଳ ମାର୍ଗ” ର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରାଣ୍ଡ୍‌ର ମହତ୍ବ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୂର୍ବରୁ ଲୋକମାନେ ବ୍ରାଣ୍ଡ୍‌କୁ ନେଇ ଏତେଟା ସଚେତନ ନଥିଲେ। କିନ୍ତୁ ବର୍ତ୍ତମାନ ସବୁ କ୍ଷେତ୍ରର ଉଦ୍ୟୋଗୀ ବ୍ରାଣ୍ଡ୍‌ ଗଠନ ପ୍ରତି ଧ୍ୟାନ ଦେଉଛନ୍ତି। ଏକ ଭଲ ବ୍ରାଣ୍ଡ୍‌ ଦୃଢ଼ ବ୍ରାଣ୍ଡ୍‌ ଇକ୍ବିଟି ପ୍ରଦାନ କରିଥାଏ। ଅର୍ଥାତ ବ୍ରାଣ୍ଡ୍‌ର ବିଶ୍ବସନୀୟତା ବଢ଼ିବା ସହ ଅନୁଗାମୀ ବଢ଼ିଥାନ୍ତି। ତାହା ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଥାଏ। ଯେଉଁ ସଂସ୍ଥାର ଯେଉଁ ଜିନିଷ ଲୋକଙ୍କୁ ଭଲ ଲାଗେ, ତାହା ସେମାନଙ୍କ ମନରେ ରହିଯାଏ। ବଜାରକୁ ଆସିଲେ ସେମାନେ ସେହି ଜିନିଷ ଖୋଜନ୍ତି। ତେଣୁ ବ୍ରାଣ୍ଡ୍‌ ଥିଲେ ହିଁ ‌ଲୋକମାନେ ତାହାକୁ ମନେ ପକାଇ ପୁଣି ଥରେ ବଜାରରେ ଖୋଜିପାରିବେ ବୋଲି ସେ କହିଛନ୍ତି। ଉଦ୍ୟମିତା ଯାତ୍ରାରେ ପାଦ ଦେଇ ଆଗକୁ ବଢ଼ୁଥିବା ଉଦ୍ୟୋଗୀମାନଙ୍କୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଫଳତା ଆସିବ ଓ ଚାଲିଯିବ। ତାହା ରହିବ ନାହିଁ। ସବୁ ବେଳେ ବଡ଼ ସ୍ବପ୍ନ ଦେଖିବାକୁ ପଡ଼ିବ। ଛୋଟ ଛୋଟ ଦୋକାନରେ ସୀମିତ ରହିଗଲେ ଚଳିବ ନାହିଁ। ବଡ଼ ସ୍ବପ୍ନ ଦେଖିଲେ ଓ କିଛି ବଡ଼ କରିବାକୁ ଲକ୍ଷ୍ୟ ରଖିଲେ ହିଁ ତାହାକୁ ହାସଲ କରିବା ଲାଗି ସେହି ଅନୁସାରେ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Horoscope 2025 December 31: ଜାଣନ୍ତୁ ଆଜିର ରାଶିଫଳ

ଉଦ୍ୟୋଗୀମାନଙ୍କ ପାଇଁ ପ୍ରତିଷ୍ଠା ଓ ସ୍ବୀକୃତିର ଆବଶ୍ୟକତା ସମ୍ପର୍କରେ ସେ କହିଛନ୍ତି ଯେ ସେମାନଙ୍କ କାମ ଓ ପ୍ରଚେଷ୍ଟାକୁ ପ୍ରଶଂସା କରିବା ନିହାତି ଜରୁରି। ଅନ୍ୟ କ୍ଷେତ୍ରର ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲାଗି ବହୁ ସଂଖ୍ୟକ ପୁରସ୍କାର ରହିଛି। କିନ୍ତୁ ଉଦ୍ୟୋଗୀମାନଙ୍କ କ୍ଷେତ୍ରରେ ସେହି ସଂଖ୍ୟା ସୀମିତ। ଜଣେ ଉଦ୍ୟୋଗୀ ଯେତେବେଳେ ପୁରସ୍କାର ପାଆନ୍ତି, ସେ ବହୁତ ଖୁସି ହୋଇଯାଆନ୍ତି ଓ ନିଜ ଉଦ୍ୟମକୁ ଆହୁରି ତ୍ବରାନ୍ବିତ କରିଥାନ୍ତି। ଉଦ୍ୟୋଗୀମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ସୋସିଆଲ ମିଡିଆ ଯୁଗରେ ଉଦ୍ୟୋଗୀମାନେ ସ୍ବୀକୃତିର ମହତ୍ବକୁ ଭଲ ଭାବେ ବୁଝିପାରିଛନ୍ତି। ସେଥିପାଇଁ ସେମାନେ ଉଦ୍ୟମ ମଧ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button