Cough syrup seized: ଫୁଲନଖରାରେ ବଡ଼ ଧରଣର ରେଡ୍, ୭୧ ପେଟିରୁ ୮୪୦୦ ବୋତଲ କଫ ସିରପ ଜବତ

ଭୁବନେଶ୍ଵର: ଭୁବନେଶ୍ଵର ଏବଂ କଟକ ସୀମାରେ ବଡ଼ ଧରଣର ରେଡ I ଜୋରଦାର ଚଢ଼ାଉ ଚଳାଇ STF ଏବଂ ଡ୍ରଗ କଣ୍ଟ୍ରୋଲ ବିଭାଗ। ଫୁଲନଖରାରେ ହୋଇଥିବା ରେଡ୍ ସମୟରେ ବିପୁଳ ପରିମାଣର କୋଡେନ୍ କଫ ସିରଫ ଜବତ ହୋଇଛି। VRL ଲଜିଷ୍ଟିକରୁ ଧରା ହୋଇଛି ଏହି କଫ ସିରପ। ୭୧ ପେଟିରୁ ୮୪୦୦ ବୋତଲ ରେକ୍ସକ୍ରୋନ-ଟି କଫ ସିରଫ ଜବତ ହୋଇଛି I

ସୂଚନା ଅନୁଯାୟ ଏହି କୋଡ଼ିନ କଫ ସିରଫ, ଅହମ୍ମଦାବାଦରୁ ଭୁବନେଶ୍ଵର ଆସୁଥିଲା I VRL ଲଜିଷ୍ଟିକରେ ଆସୁଥିଲା ଏହି ବଡ କନସାଇନ୍। ଆଉ ଏସବୁ ବାଲେଶ୍ଵରକୁ ଚାଲାଣ ହୋଇଥାନ୍ତା। ହେଲେ ବାଲେଶ୍ଵର ଯିବା ପୂର୍ବରୁ ମାଡ଼ି ବସି ଥିଲେ STF ଏବଂ ଡ୍ରଗସ କଣ୍ଟ୍ରୋଲ ଡିପାର୍ଟମେଣ୍ଟ। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଭାବେ କଟକର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ, ଏଷ୍ଟିଏଫ୍ ଡିଏସପି ପ୍ରଦୀପ ରାଉତ, ଡିଏସପି ମାନସ ଦାସ, ଇନ୍ସପେକ୍ଟର ଜିତୁ ବେସ୍ରାଙ୍କ ସମେତ ଡ୍ରଗ ଇନ୍ସପେକ୍ଟର ଚନ୍ଦନ ଗିରି, ଚିନ୍ମୟ ଜେନା, ଅନନ୍ୟା ଆଇଚ୍, ରୋଜାଲିନ ସାମଲ, ସଙ୍ଗୀତା ପଟ୍ଟନାୟକ, ଆସିଷ୍ଟାଣ୍ଟ ଡ୍ରଗ୍ସ୍ କଣ୍ଟ୍ରୋଲର ପ୍ରବେଶ ଲେଙ୍କା ଉପସ୍ଥିତ ଥିଲେ।

 

 

ସୌଜନ୍ୟ Prameya News7