ଅପରାଧଦେଶ ବିଦେଶ

Couple Dies After Consuming Poison : ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା !

ଗ୍ରେଟର ନୋଏଡାରେ ଗୁରୁବାର ଏକ ଦମ୍ପତିଙ୍କୁ ମୃତ ଏବଂ ସେମାନଙ୍କ ସନ୍ତାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦମ୍ପତିଙ୍କର କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ନୋଏଡା: ଗ୍ରେଟର ନୋଏଡାରେ ଗୁରୁବାର ଏକ ଦମ୍ପତିଙ୍କୁ ମୃତ ଏବଂ ସେମାନଙ୍କ ସନ୍ତାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦମ୍ପତିଙ୍କର କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ଆତ୍ମହତ୍ୟା ଓ ହତ୍ୟା ଘଟଣା ପରି ମନେ ହେଉଛି। ପିଲାମାନଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରିଛି। ଆର୍ଥିକ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦମ୍ପତି ଏପରି ଚରମ ନି‌ଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନାହିଁ।

ଗୁରୁବାର ସକାଳେ ଘଟିଥିଲା ଘଟଣା

ଗୁରୁବାର ସକାଳେ ସାଦୁଲାପୁର ଗାଁରେ ସମ୍ପର୍କୀୟମାନେ ମୃତକଙ୍କ ପରିବାରକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରାଥମିକ ତଦନ୍ତରୁ ସମସ୍ତେ ବିଷ ଖାଇଥିବା ପରି ଜଣାପଡ଼ିଛି ବୋଲି ପୁଲିସ କହିଛି। ସ୍ବାମୀ (୪୨) ଓ ସ୍ତ୍ରୀ (୩୮) ଙ୍କୁ ମୃତ ଘୋଷଣା କରାଯାଇଛି। ତିନି ପିଲାଙ୍କ ମଧ୍ୟରେ ୧୦ ବର୍ଷର ଝିଅ, ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲକୁ ପଠାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ବୋଲି ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡେପୁଟି ପୁଲିସ କମିସନର ସନ୍ତୋଷ କୁମାର କହିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଛି। ୧୦ ବର୍ଷର ଝିଅ ବୟାନ ଅନୁଯାୟୀ, ରାତିରେ ସେମାନେ ଭୋଜନ କରି ଶୋଇଥିଲେ। କିନ୍ତୁ ସକାଳ ୮ଟା ୩୦ ମିନିଟରେ ସେ ଉଠିବାବେଳକୁ ତାଙ୍କ ବାପାମା’ ଉଠୁ ନଥିବା ସେ ଜେଜେବାପାଙ୍କୁ କହିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫୋରେନସିକ ରିପୋର୍ଟ ଆସିବା ପରେ ଦମ୍ପତି କେମିତି ଆତ୍ମହତ୍ୟା କରିଥିଲେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button