ରାଜଧାନୀରେ ଶିଶୁକନ୍ୟା ଅଲୋଡ଼ା, ବସ୍ତି ପାଖରେ ଛାଡ଼ି ଚାଲିଗଲେ…

ଭୁବନେଶ୍ୱର,୨୯ା୧୧: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୧ ନମ୍ବର ଆରଟିଓ ନିକଟ ବସ୍ତି ପାଖରେ ଏକ ଶିଶୁକନ୍ୟାକୁ କେହି ଛାଡ଼ି ଚାଲିଯାଇଛନ୍ତି। ଲୋକମାନେ ରାସ୍ତା ଉପରେ ଶିଶୁକନ୍ୟାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଶିଶୁକନ୍ୟାଟି ମାତ୍ର ୨୧ଦିନର ବୋଲି ଜଣାପଡ଼ିଛି। ତେବେ କିଏ କାହିଁକି ବସ୍ତି ନିକଟରେ ଛାଡ଼ି ଚାଲିଗଲା ତାହାର କୌଣସି ସନ୍ଧାନ ମିଳନାହିଁ। ଲୋକେ ଶିଶୁକନ୍ୟାକୁ ଦେଖି ନାନା କଥା ସନ୍ଦେହ କରୁଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

ସୌଜନ୍ୟ-ଧରିତ୍ରୀ

Show More
Back to top button