ଖେଳ

Cricket: ଭାରତୀୟ ବ୍ୟାଟର୍‌ମାନଙ୍କ ବ୍ୟାଟ୍‌ରେ ରବର ଲାଗିଛି : ଭାନୁକା ରାଜପକ୍ଷେ

ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାଲିଥିବାବେଳେ ଭାରତୀୟ ବ୍ୟାଟର୍‌ମାନଙ୍କ ବିରୋଧରେ ଏକ ଅଜବ ଅଭିଯୋଗ ଆଣିଛନ୍ତି ଶ୍ରୀଲଙ୍କା ବ୍ୟାଟର୍‌ ଭାନୁକା ରାଜପକ୍ଷେ। ସେ କହିଛନ୍ତି ଯେ ଭାରତୀୟ ବ୍ୟାଟରମାନେ ଅତି ଉତ୍କୃଷ୍ଟ ଧରଣର ବ୍ୟାଟ୍‌ ବ୍ୟବହାର କରୁଛନ୍ତି।

କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାଲିଥିବାବେଳେ ଭାରତୀୟ ବ୍ୟାଟର୍‌ମାନଙ୍କ ବିରୋଧରେ ଏକ ଅଜବ ଅଭିଯୋଗ ଆଣିଛନ୍ତି ଶ୍ରୀଲଙ୍କା ବ୍ୟାଟର୍‌ ଭାନୁକା ରାଜପକ୍ଷେ। ସେ କହିଛନ୍ତି ଯେ ଭାରତୀୟ ବ୍ୟାଟରମାନେ ଅତି ଉତ୍କୃଷ୍ଟ ଧରଣର ବ୍ୟାଟ୍‌ ବ୍ୟବହାର କରୁଛନ୍ତି। ସେ ଦାବି କରିଛନ୍ତି କ୍ରିକେଟ୍‌ ଜଗତରେ କାହାକୁ ଅଛପା ନାହିଁ ଯେ ଅନ୍ୟ ଦଳର ବ୍ୟାଟରମାନେ ଏପରି ବ୍ୟାଟ୍‌ ଚାହିଁଲେ ମଧ୍ୟ ପାଇପାରୁନାହାନ୍ତି। ସେ ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ଯେ ଭାରତୀୟ ବ୍ୟାଟ୍‌ଗୁଡ଼ିକ ଅତିରିକ୍ତ ଶକ୍ତି ଉତ୍ପନ୍ନ କରୁଛି। ଯେପରିକି ବ୍ୟାଟଗୁଡ଼ିକରେ ରବର ଲାଗିଛି।

ସେ ଅଭିଯୋଗ କରିଛନ୍ତି ଭାରତୀୟ ବ୍ୟାଟର୍‌ମାନେ ଏପରି ବ୍ୟାଟ୍‌ ବ୍ୟବହାର କରୁଥିବାବେଳେ ଆଇସିସି ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯାଉନାହିଁ। ଆଇସିସି ନିୟମ ଅନୁସାରେ ବ୍ୟାଟ୍‌ଗୁଡ଼ିକ ସଂପୂର୍ଣ୍ଣଭାବେ କାଠେର ନିର୍ମିତ ହେବା ଆବଶ୍ୟକ। ଏଥିପାଇଁ ଆଇସିସି ପକ୍ଷରୁ ନିୟମିତଭାବେ ଯାଞ୍ଚ କରାଯାଏ। ରାଜପକ୍ଷେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଶ୍ରୀଲଙ୍କା ଦଳରେ ସାମିଲ ହୋଇନାହାନ୍ତି। ତେବେ ରାଜପକ୍ଷେଙ୍କ ଏହି ଅଭିଯୋଗ ବାବଦରେ ଆଇସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଆହୁରି ମଧ୍ୟ ଏ ନେଇ ଭାରତ ବିରୋଧରେ ଆଇସିସିରେ କୌଣସି ଔପଚାରିକ ଅଭିଯୋଗ ଦାଖଲ ହୋଇନାହିଁ।

କୌଣସି ପ୍ରମୁଖ ଆଇସିସି ପ୍ରତିଯୋଗିତା ଚାଲିଥିବାବେଳେ ଭାରତୀୟ ଦଳ ବିରୋଧରେ ଆସିଥିବା ଏହା ପ୍ରଥମ ଅଭିଯୋଗ ନୁହେଁ। ୨୦୨୩ ଦିନିକିଆ ବିଶ୍ବକପ୍‌ ସମୟରେ ପାକିସ୍ତାନର କେତେକ ପୂର୍ବତନ ଖେଳା​ଳି ଅଭିଯୋଗ କରିଥିଲେ ଯେ ଭାରତକୁ ଆଇସିସି ଓ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ପ୍ରକାରର ବଲ୍‌ ଯୋଗାଇ ଦିଆଯାଉଛି, ଯାହାକି ଅଧିକ ସ୍ବିଙ୍ଗ୍‌ ହୋଇଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button