ଖେଳ

CSK: ସିଏସ୍‌କେ ମହାମିଳନରେ ମାହି ମହକ

ପୂର୍ବ ବିଜେତା ତଥା ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ନୂଆ ଓ ପୁରୁଣା ଖେଳାଳିଙ୍କୁ ନେଇ ‘ଗର୍ଜନ-୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଚେନ୍ନାଇ: ପୂର୍ବ ବିଜେତା ତଥା ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ନୂଆ ଓ ପୁରୁଣା ଖେଳାଳିଙ୍କୁ ନେଇ ‘ଗର୍ଜନ-୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହାମିଳନ ପର୍ବରେ ଦଳର ସବୁଠାରୁ ଚର୍ଚ୍ଚିତ ତଥା ବରିଷ୍ଠ ତାରକା ମହେନ୍ଦ୍ର ସିଂହ ଧୋନି ଆକ‌ର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।  ଦଳର ପୂର୍ବତନ ସଦସ୍ୟ ସୁରେଶ ରାଇନା ଏବଂ ପରାମର୍ଶଦାତା ମାଥ୍ୟୁ ହେଡେନ୍‌ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।  ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଦଳର ଦୁଇ ତାରକା ସଞ୍ଜୁ ସାମସନ ଓ ଶିବମ୍‌ ଦୁବେଙ୍କ ସହ ୧୯ବର୍ଷରୁ କମ୍‌ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଅଧିନାୟକ ଆୟୁଷ ମହାତ୍ରେଙ୍କୁ ବି ଧୋନି ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ।

ସିଏସ୍‌କେର ଘରୋଇ ଗ୍ରାଉଣ୍ଡ୍‌ ଏମ୍‌ ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌କୁ ଏଥିଲାଗି ବୋହୂ ରୂପରେ ସଜେଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ‌ରେ ଅନ୍ୟମାନଙ୍କ ମଧ୍ୟରେ ମାଇକ୍‌ ହସି, ମୁଥୟା ମୁରଲୀଧରନ, ମୁରଲୀ ବିଜୟ, ପାର୍ଥିବ ପଟେଲ, ଏସ୍‌ ବଦ୍ରିନାଥଙ୍କ ଭଳି ପୂର୍ବତନ ତାରକା ଉପସ୍ଥିତ ଥିଲେ। ୪୪ବର୍ଷୀୟ ଧୋନି ପଡ଼ିଆ ଭିତରକୁ ଆସିଲା ବେଳେ କିନ୍ତୁ ଦର୍ଶକ ଓ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜସ୍ଥାନ ରୟାଲ୍‌ସ ଛାଡ଼ି ସିଏସ୍‌କେ ପକ୍ଷରୁ ଖେଳିବାକୁ ଯାଉଥିବା ସାମସନ୍‌ ମଧ୍ୟ ସିଏସ୍‌କେର ନିଆରା ଦଳୀୟ ମାହୋଲରେ ବେଶ୍‌ ଖୁସି ଥିବା ଜଣାପଡ଼ିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button