Breaking News

ପ୍ରଶାସନ ଠାରୁ ଧୋକ୍କା ଖାଇବା ପରେ ଗ୍ରାମବାସୀ ତିଆରି କଲେ ରାସ୍ତା

0

କଟକ : ମୋ ସରକାର ଝୁଣ୍ଟିଲା । ଜିଲ୍ଲାପ୍ରଶାସନ ଫେଲ୍ ମାରିଲା। ବିଧାୟକଙ୍କ ପ୍ରତିଶ୍ରୁତି ଲୋକଙ୍କ ପାଇଁ ପ୍ରତାରଣା ପାଲଟିଲା । ପ୍ରଶାସନ ଠାରୁ ଧୋକ୍କା ଖାଇବା ପରେ ନିଜେ ନିଜର କାମ କଲେ । ଆଉ ଗାଁକୁ ନଥିବା ରାସ୍ତାକୁ ତିଆରି କଲେ ଗ୍ରାମବାସୀ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାଇସୁଙ୍ଗୁଡା ପଞ୍ଚାୟତର କେରିଙ୍ଗା ଗ୍ରାମରେ।

ସୂଚନା ମୁତାବକ ଗତ ଛଅ ମାସ ତଳେ ଏହି ରାସ୍ତାରେ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ସେତେ ବେଳେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିରୋଧୀଙ୍କ ସମାଲୋଚନା ର ଶିକାର ହୋଇଥିଲେ ସାଲରପୁର ବିଧାୟକ ପ୍ରଶାନ୍ତ ବେହେରା। ତହସିଲଦାର, ବିଡ଼ିଓ ଙ୍କୁ ଧରି ବିଧାୟକ ଏହି ରାସ୍ତାର ପରିଦର୍ଶନ କରିବା ସହ ତୁରନ୍ତ  ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି ।

ବିଧାୟକଙ୍କ ପ୍ରତିଶ୍ରୁତି ଦେବାର ଆଜିକୁ ଛଅ ମାସ ବିତିଗଲା ପରେ ବି ରାସ୍ତାରେ ମାଟି ଟିକେ ପଡ଼ିପାରିଲା ନାହିଁ। ଶେଷରେ ଗ୍ରାମବାସୀମାନେ ନିଜେ ପରିଶ୍ରମକରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଅନ୍ୟପଟେ ଏହି ରାସ୍ତା ସମ୍ବନ୍ଧରେ ବିଧାୟକଙ୍କ ସହ ଟେଲିଫୋନ ରେ ଯୋଗାଯୋଗ କରିବାରୁ ବିଧାୟକଙ୍କ କହିବା କଥା ଏଷ୍ଟିମେଣ୍ଟ ଚାଲିଛି ବହୁତ ଜଲଦି ରାସ୍ତା କାମ ଆରମ୍ଭ ହେବ। ଗୋଟିଏ ପଟେ ଗାଁର ବିକାଶର ଡିଣ୍ଡିମ ପିଟୁଥିବା ସରକାର ଗାଁ ପ୍ରତି କେତେ ଦୃଷ୍ଟି ଦେଉଛନ୍ତି ତାହା ଏହି ଦୃଶ୍ୟ ହିଁ ସବୁକିଛି ପ୍ରମାଣ କରିଦେଉଛି ।

Leave A Reply

Your email address will not be published.