ଖେଳ

Iconic Odisha Chess Premier League: ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର ଲିଗ୍: ଗୋଲକୋଣ୍ଡା ଗାର୍ଡିଏନ୍ସ ବିଜେତା

ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଓ ଆଇକନିକ୍ ସ୍ପୋର୍ଟ୍ସ ଫାଉଣ୍ଡେସନ (ଆଇଏସ୍ଏଫ୍)ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଚେସ୍‌ ପ୍ରତିଯୋଗିତା ‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍‌ ଲିଗ୍ (ଆଇଓସିପିଏଲ୍‌)’ ରବିବାର ଉଦ୍‌ଯାପିତ ହୋଇଛି।

ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଓ ଆଇକନିକ୍ ସ୍ପୋର୍ଟ୍ସ ଫାଉଣ୍ଡେସନ (ଆଇଏସ୍ଏଫ୍)ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଚେସ୍‌ ପ୍ରତିଯୋଗିତା ‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍‌ ଲିଗ୍ (ଆଇଓସିପିଏଲ୍‌)’ ରବିବାର ଉଦ୍‌ଯାପିତ ହୋଇଛି। ଏହି ୧୨ ଦଳୀୟ ପ୍ରତିଯୋଗିତାରେ ଗୋଲକୋଣ୍ଡା ଗାର୍ଡିଏନ୍ସ ବିଜେତା ଏବଂ ବାରବାଟୀ ବ୍ୟାଟ୍‌ଲର୍ସ ପ୍ରଥମ ରନର୍ସଅପ୍‌ ଓ ଭିକ୍ଟୋରିଆ ଭିକ୍ଟର୍ସ ଦ୍ବିତୀୟ ରନର୍ସଅପ ହୋଇଛି। ଏହି ପ୍ରଥମ ୩ ଦଳକୁ ଯଥାକ୍ରମେ ୫, ୩ ଓ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି।

ବାରବାଟୀ ବ୍ୟାଟ୍‌ଲର୍ସ ପ୍ରଥମ ରନର୍ସଅପ୍

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ଝାଡ଼ଖଣ୍ଡ ଚେସ୍ ସଂଘ ସଭାପତି ପ୍ରଦୀପ କୁମାର ବର୍ମା,ଏସାର୍‌ ମିନମେଟ୍ ଲିମିଟେଡ୍‌ର ସିଇଓ ଶଶୀଶେଖର ମହାନ୍ତି, ଜେମିନୀ ଅଏଲ୍ ବରିଷ୍ଠ ପ୍ରବନ୍ଧକ (କମର୍ସିଆଲ) ପ୍ରଦୀପ୍ତ କିଶୋର ମହାପାତ୍ର, ଏସ୍‌ଏନ୍‌ଏମ୍ ଗ୍ରୁପ୍ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ‘ଆଇଏସ୍‌ଏଫ୍’ ନିର୍ଦ୍ଦେଶକ ସଞ୍ଜୟ ଚୌଧୁରୀ, ଚିଦାତ୍ମିକା ଖଟୁଆ, ଶେଖ ଅବଦୁଲ ସମିମ୍, ଜାତୀୟ ସଭାପତି ପ୍ରଦୀପ୍ତ ମହାନ୍ତି, ରାଜ୍ୟ ସଭାପତି ବିଭୁ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ସଞ୍ଜୟ ଦାସ, ରାଜ୍ୟ ଆବାହକ ରଶ୍ମି ଅଗ୍ରୱାଲ, ଆଞ୍ଚଳିକ ପରିଚାଳକ ଦର୍ଶନ କୁମାର ବେହେରା, ‘ଏଓସିଓ’ର ସମ୍ପାଦକ ଦେବବ୍ରତ ଭଟ୍ଟ, ଇସି ସଦସ୍ୟ ରିତେଶ ରଥ, ଅଭିଷେକ ଆଚାର୍ଯ୍ୟ, ପରିଚାଳକ ମାନସ ପାଣି, ବିଷ୍ଣୁ ଅଗ୍ରୱାଲ, ଧନଞ୍ଜୟ ସାବତ, ଅର୍ଘ୍ୟ ଅର୍ପଣ ପରିଡ଼ା, ପଦ୍ମିନୀ ସିଂହଙ୍କ ସହ ୧୨ଟି ଫ୍ରାଞ୍ଚାଇଜ୍‌ର ଖେଳାଳି ଓ ମାଲିକମାନେ ଉପସ୍ଥିତ ରହିଥିଲେ।

 

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button