ଓଡିଶା

Daytime temperature: ୪ ଦିନରେ ୪ଡିଗ୍ରି ଯାଏଁ ବଢ଼ିବ ଦିନ ତାପମାତ୍ରା

ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ଦିନ ତାପମାତ୍ରା କମିଥିଲା। ପାଖାପାଖି ୩୬ ଡିଗ୍ରି ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ଦିନ ତାପମାତ୍ରା କମିଥିଲା। ପାଖାପାଖି ୩୬ ଡିଗ୍ରି ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଫଳରେ ତାପମାତ୍ରା ଊର୍ଧ୍ବଗାମୀ ହେବ। ଆସନ୍ତା ୪ରୁ ୫ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବ। କିଛି କିଛି ସ୍ଥାନରେ ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷା ହୋଇପାରେ।

ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ୨୭ ତାରିଖ ଆଡ଼କୁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ବଢ଼ିବ। ଉପକୂଳଠାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ। ୨୮ ତାରିଖ ଦିନ ମଧ୍ୟ କାଳବୈଶାଖୀ ବର୍ଷା ହେବ। ବିଶେଷ କରି ମୟୂରଭଞ୍ଜକେନ୍ଦୁଝର ଓ ଗଜପତିରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button