Dead: ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ହଷ୍ଟେଲରେ ପୁଣି ଅଘଟଣ
ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ହଷ୍ଟେଲରେ ଅଘଟଣ ଘଟିଛି। ଜ୍ବରରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଛାତ୍ର ଜଣଙ୍କ ହେଲେ ଥବିର ମାଣ୍ଡାଙ୍ଗି (୭)।

ରାୟଗଡା/କୋଲନରା: ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ହଷ୍ଟେଲରେ ଅଘଟଣ ଘଟିଛି। ଜ୍ବରରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଛାତ୍ର ଜଣଙ୍କ ହେଲେ ଥବିର ମାଣ୍ଡାଙ୍ଗି (୭)। ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ବଡଖିଲାପଦର ଏସଏସଡି ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଥବିରଙ୍କୁ ଆଜି ସକାଳେ ଜ୍ବର ହୋଇଥିବା ଜଣାପଡ଼ିଥିଲା। ବିଦ୍ୟାଳୟରେ କାର୍ଯ୍ୟରତ ଏଏନଏମ ଥବିରକୁ ଜ୍ବର ପାଇଁ ଔଷଧ ଦେଇଥିଲେ। ଔଷଧ ଖାଇ ଛାତ୍ର ଜଣଙ୍କ ଶୋଇପଡ଼ିଥିଲେ। କିନ୍ତୁ ଅପରାହ୍ନ ସମୟରେ ସେ ଉଠିକି ଯାଉଥିବା ବେଳେ ପଡିଯାଇଥିଲେ। ତୁରନ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମେଟ୍ରନ ଓ ଅନ୍ୟାନ୍ୟ କର୍ମଚାରୀ ଥବିରକୁ ବଡଖିଲାପଦର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ କେହି ଉପସ୍ଥିତ ନଥିବାରୁ ସେଠାକାର ପିଅନ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ତର ରହିଥିବାରୁ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କିରିବା ପାଇଁ ପରାମର୍ଶ କହିଥିଲେ। କିନ୍ତୁ କୋଲନରା ସିଏଚସିରେ ଡାକ୍ତର ଥବିରର ପରୀକ୍ଷା କରି ସେ ମୃତ୍ୟୁବରଣ କରିଥିବା ପ୍ରକାଶ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ କୁମାର ପାତ୍ର ଛାତ୍ରଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା ପ୍ରକାଶ କରିଥିବା ବେଳେ ଜ୍ବର ଆସିବାର କେଇ ଘଣ୍ଟା ମଧ୍ୟରେ ଥବିର କେମିତି ମୃତ୍ୟୁବରଣ କରିଲେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ କୋଲନରା ଡବ୍ଲ୍ୟଇ ଓ ଦେବାଶିଷ ମୁଣ୍ଡ ସିଏଚସି ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ଖବର ପାଇଁ ସିଏଚସି ଯାଇ ତଦନ୍ତ କରୁଥିବା ଜଣାପଡିଛି।
ଜଣାପଡ଼ିଛି ମୃତ ଥବିରଙ୍କ ଘର ରାୟଗଡା ବ୍ଲକ ବଡଆଳୁବାଡି ପଞ୍ଚାୟତର ପଦକାପାଡୁ ଗ୍ରାମ। ଗ୍ରାମରେ ଖବର ପହଁଚିବା ପରେ ଶୋକର ଛାୟା ଖେଳିଯାଇଛି। ଘଟଣା ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଛାତ୍ରଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲୁଥିବା ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




