Delhi Youth: ଅପରାଧ ଘଟାଇ ଇନଷ୍ଟାଗ୍ରାମରେ ନିର୍ଭୟରେ ”ରିଲ୍” କଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ାରୁ ୧୯ ବର୍ଷୀୟ ଯୁବକ ନିକ୍କୁଙ୍କୁ ସର୍ବସାଧାରଣରେ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ, ଅଭିଯୁକ୍ତ ତରୁଣ ଓରଫ କର୍ଣ୍ଣ (୧୮) ହତ୍ୟାକାଣ୍ଡ ପରେ ଇନଷ୍ଟାଗ୍ରାମରେ ଏକ ରିଲ୍ ପୋଷ୍ଟ କରି “ତିହାର ଜେଲ୍ ଯାଉଛି” ବୋଲି ଗର୍ବର ସହ କହିବା ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁକ୍ରବାର ଘଟିଥିବା ଏହି ଘଟଣାରେ ପ୍ରାୟ ୬ ଜଣ ଯୁବକ ସାମିଲ ଥିବା ବେଳେ ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଏବଂ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ହତ୍ୟାକାଣ୍ଡରେ ସାମିଲ ଥିବା ଅଧିକାଂଶ ଯୁବକ ସ୍ଥାନୀୟ ବାସିନ୍ଦା

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡରେ ସାମିଲ ଥିବା ଅଧିକାଂଶ ଯୁବକ ସ୍ଥାନୀୟ ବାସିନ୍ଦା ଏବଂ ସେମାନେ ଏକ ସାମାନ୍ୟ ବଚସାକୁ ନେଇ ଉତ୍ତ୍ୟକ୍ତ ହୋଇ ନିକ୍କୁଙ୍କୁ ଆକ୍ରମଣ କରିଥିଲେ। ସେହିପରି ଦିଲ୍ଲୀର କନଟ୍ ପ୍ଲେସରେ ଘଟିଥିବା ଅନ୍ୟ ଏକ ଘଟଣାରେ ଶିବମ ଗୁପ୍ତା ନାମକ ଜଣେ ଯୁବକଙ୍କୁ ଜାନୁଆରୀ ୩ ତାରିଖରେ ହେଲମେଟରେ ପିଟି ପିଟି ଆହତ କରାଯାଇଥିଲା, ଯାହାଙ୍କର ଜାନୁଆରୀ ୧୯ରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ଏହି ସବୁ ଘଟଣା ରାଜଧାନୀରେ ବଢୁଥିବା ଅସହିଷ୍ଣୁତା ଓ ଦୁର୍ବଳ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି।

ସୌଜନ୍ୟ ସମ୍ବାଦ