Breaking News

ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ସେମାନଙ୍କ ବିକାଶ ହୋଇପାରିବ:ଜିଲାପାଳ

ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର

0

ଫୁଲବାଣୀ: ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ବର ପାଟିଲ କହିଥିଲେ ଯେ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି। ସେଗୁଡିକ ଗାଁ ଗହଳିରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଦରକାର। ତାହାର ସୁଫଳ ସେମାନେ ପାଇ ପାରିଲେ ସେମାନଙ୍କ ବିକାଶ ହୋଇ ପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ଦୌରାଜଜ୍ ଶିତିକଣ୍ଠ ସାମଲ ଯୋଗଦେଇ କହିଥିଲେ ଯେ ଲୋକମାନେ ଜମିଜମା ଏବଂ ଗଣ୍ଡଗୋଳ ସମୟରେ ନ୍ୟାୟାଳୟ ଯାଇ ନିଜର ସେବା ପାଉଥିଲେ କିନ୍ତୁ ବର୍ତ୍ତମାନ ଏହି ସେବାକୁ ସେମାନଙ୍କ ନିକଟରେ ସରକାର ପହଞ୍ଚାଇ ଦେଇଛନ୍ତି। ସେହି ସେବା ବିଷୟରେ ସେମାନେ ଅବଗତ ହୋଇ ସେମାନେ ନିଜର ଅଧିକାର ପାଇବା ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି।

ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି କହିଥିଲେ ଯେ ଆଇନ ବହୁତ ରହିଛି ଜନସାଧାରଣ ସେ ବିଷୟରେ ଜାଣି ପାରୁ ନାହାନ୍ତି। ଏହି ପ୍ରାଧୀକରଣ ସେମାନଙ୍କୁ ନାର୍ଯ୍ୟ ଅଧିକାର ପ୍ରଦାନ କରିବାରେ ସହାୟକ ହେଉଛି। ବର୍ତ୍ତମାନ ଜିଲା ସ୍ତରରୁ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଏହି ସଂସ୍ଥାର କର୍ମ ପରିସର ରହିଛି। ଏହା ଦ୍ୱାରା ଗରିବ ଓ ଅବହେଳିତ ନିରକ୍ଷର ଜନତାଟିଏ ତାର ଅଧିକାର ପାଇବା ପାଇଁ ଚେଷ୍ଟା କରିବା ସହ ତାର ସୁଫଳ ପାଇପାରିବେ ବୋଲି କହିଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସରକାରୀ ସଂସ୍ଥା ନିଜ ନିଜ ବିଭାଗ ତରଫରୁ ମିଳିଥିବା ସୁବିଧା ବିଷୟରେ ଅବଗତ କରାଇ ଥିଲେ। ଏହି ଶିବିର ମାଧ୍ୟମରେ ୧୪୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶିତିକଣ୍ଠ ସାମଲ,ଏଡିଜେଏଫଟିଏସସି ଭାସ୍କର ଚନ୍ଦ୍ର ସାହୁ, ସ୍ଥାୟୀ ଲୋକ ଅଦାଲତର ଜଜ୍ ସନ୍ତୋଷ କୁମାର ନାୟକ,ଏଡିଜେ ସ୍ବତନ୍ତ୍ର ପୋସ୍କ ସଞ୍ଜିତ୍ କୁମାର ବେହେରା, ଏଡିଜେ ସ୍ମୃତି ଲେଖା ବାରିକ, ସିଜେଏମ ସୈକତ ପାତ୍ର , ରେଜିଷ୍ଟର ସିଭିଲ କୋର୍ଟ ସିଏ ଦେଶପ୍ରିୟ ବାରିକ, ଆଇନ ସେବା ପ୍ରାଧୀକରଣର ସମ୍ପାଦିକା ଅନୁଶିଳା ରାୟ, ଏସଡ଼ିଜେଏମ ଅର୍ଜିତ ଦାଶ, ଜେଏମଏସସି ସୌମ୍ୟଶ୍ରୀ ମହାପାତ୍ର, ଉପ ଜିଲାପାଳ ଶେଷ ଦେବ ମିଶ୍ର ଏବଂ ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକଙ୍କ ସମେତ ଜିଲା ବାର ଆସୋସିଏସନର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଶିବିର ବାହାରେ ବିଭିନ୍ନ ବିଭାଗୀୟ ତରଫରୁ ଯଥା ଆଇଟିଡିଏ ଫୁଲବାଣୀ, ଡିଏସଡବ୍ଲ୍ୟୁ ଫୁଲବାଣୀ, ତହସିଲଦାର ଫୁଲବାଣୀ, ତହସିଲଦାର ଫିରିଙ୍ଗିଆ, ତହସିଲଦାର ଖଜୁରୀପଡା ଜିଲା ଶ୍ରମ ଅଧିକାରୀ ଫୁଲବାଣୀ, ଡିଇଓ ଫୁଲବାଣୀ, ସିଏସଡି ଫୁଲବାଣୀ, ଡିସିପିଓ ଫୁଲବାଣୀ, ପୌର ପରିଷଦ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମସ୍ତଙ୍କର ସହଯୋଗରେ ଖୁବ କମ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନୁଶୀଳା ରଏ ।

Leave A Reply

Your email address will not be published.