ବିଶେଷ

Development: ଉଜୁଡ଼ିଯାଉଛି ବିରାଟ ଗାଦି ଓ ବୁଡ଼ାଲିଙ୍ଗ ପୀଠ: ବିକାଶ ବଦଳରେ ବିପର୍ଯ୍ୟସ୍ତ

ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ବଦ୍ଧି ପଡ଼ିଆରେ ରହିଛି ମହାଭାରତ ଯୁଗର ବିରାଟ ରାଜାଙ୍କ ବିରାଟ ଗାଦି ଓ ବିରାଟ ରାଜପରିବାର ପୂଜାର୍ଚ୍ଚନା କରୁଥିବା କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ପୀଠ। କଥିତ ଅଛି ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ କିଛିଦିନ ଏହି ବିରାଟ ରାଜାଙ୍କ ଗଡ଼ରେ ଛଦ୍ମବେଶରେ ରହିଥିଲେ।

ସୁବ୍ରତ କୁମାର ସାମଲ

ଚୌଦ୍ବାର: ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ବଦ୍ଧି ପଡ଼ିଆରେ ରହିଛି ମହାଭାରତ ଯୁଗର ବିରାଟ ରାଜାଙ୍କ ବିରାଟ ଗାଦି ଓ ବିରାଟ ରାଜପରିବାର ପୂଜାର୍ଚ୍ଚନା କରୁଥିବା କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ପୀଠ। କଥିତ ଅଛି ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ କିଛିଦିନ ଏହି ବିରାଟ ରାଜାଙ୍କ ଗଡ଼ରେ ଛଦ୍ମବେଶରେ ରହିଥିଲେ। ଅର୍ଜୁନ ନୃତ୍ୟଗୁରୁ ଭାବେ ବିରାଟ ରାଜାଙ୍କ ଝିଅକୁ ନୃତ୍ୟ ଶିଖାଉଥିଲେ। ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ଅଞ୍ଚଳର ଖନନ ପରେ ଏକ ଭଗ୍ନ ଦୁର୍ଗ ସାମନାକୁ ଆସିଥିଲା। କିନ୍ତୁ ଅଧିକ ଖନନ ଯୋଗୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବାରୁ କର୍ମଚାରୀମାନେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଫଳରେ ଖନନ ବନ୍ଦ ରହିଥିଲା। ସେହି ଅଞ୍ଚଳରୁ ସ୍ଥାନୀୟ ଲୋକେ ସୁନା ଓ ଅନ୍ୟ ମୂଲ୍ୟବାନ ଅଳଙ୍କାର ପାଇଥିବା ସଂପର୍କରେ ମଧ୍ୟ ଐତିହାସିକମାନେ ମତ ଦିଅନ୍ତି। ଏହି ଦୁର୍ଗଟି ମହଭାରତର ବିରାଟ ରାଜାଙ୍କ ରାଜଗାଦି ଥିବା ସହିତ ବୌଦ୍ଧଧର୍ମର ପ୍ରାର୍ଥନାସ୍ଥଳ ଭାବେ ବ୍ୟବହୃତ ହୋଇଥିବା ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନେ ପ୍ରମାଣ ପାଇଥିଲେ।

Show More

Leave a Reply

Your email address will not be published. Required fields are marked *

Back to top button