Breaking News

ଦିଗପହଣ୍ଡିରେ ବୀଭତ୍ସ ହତ୍ୟାକାଣ୍ଡ: ଦୁଇଜଣଙ୍କୁ ମାରି ଜାଳିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଦୁଇଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଉଭୟଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଲିଟୁ ପୁରୋହିତ ଓ ଶିବ ଗୌଡ଼ଙ୍କୁ ହତ୍ୟା କରି ପୋଡ଼ିଦେଇଛନ୍ତି। ଘଟଣା ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ଏଣେ ଘଟଣାସ୍ଥଳରେ ଚିକିଟି ଏସଡିପିଓ ଓ ଦିଗପହଣ୍ଡି ଆଇଆଇସି ଓ ଏବଂ ତାଙ୍କ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

Comments are closed.