ରୋମ: ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ସଚିନ ଯାଦକଙ୍କ ଡାଇମଣ୍ଡ ଲିଗ୍ ପଦାର୍ପଣ ଫିକା ପଡ଼ିଛି। ରୋମ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଚିନ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ (୮୬.୨୭ ମିଟର) ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ।
ଟୋକିଓରେ ଆୟୋଜିତ ବିଶ୍ବ ଦୌଡ଼କୁଦ
ସେ ୭୯.୧୮ ମିଟର ଜାଭ୍ଲିନ୍ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ଗତ ବର୍ଷ ସେ ଟୋକିଓରେ ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ୮୬.୨୭ ମିଟର ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ। ତାଙ୍କ ଆଗରେ ପୂର୍ବତନ ଅଲିମ୍ପିକ୍ ବିଜେତା ଭାରତୀୟ ତାରକା ନୀରଜ ଚୋକ୍ରା ଥିଲେ। ତେବେ ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କାର ରମେଶ ଥରଙ୍ଗା ୯୨.୬୭ ମିଟର ଜାଭ୍ଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ। ଏଥିସହ ସେ ପାକିସ୍ତାନର ଅର୍ଶଦ ନଦୀମ (୯୨.୯୭ ମିଟର)ଙ୍କ ପରେ ଦ୍ବିତୀୟ ଲମ୍ବାା ଥ୍ରୋ କରିବାର ରେକର୍ଡ କରିଥିଲେ। ଗ୍ରେନାଡାର ଆଣ୍ଡରସନ୍ ପିଟର୍ଦ (୮୩.୯୧) ଦ୍ବିତୀୟ ଓ ୍ରାମେରିକାର କର୍ଟିିସ ଥମ୍ପସନ୍ (୮୩.୮୯) ତୃତୀୟ ସ୍ଥାନରେ ରହିଥିଲେ।
ସୌଜନ୍ୟ ସମ୍ବାଦ

