ଦେଶ ବିଦେଶରାଜନୀତି

Dog Controversy: ସଂସଦକୁ କୁକୁର ଆଣିବାକୁ ନେଇ ରେଣୁକା ଚୌଧୁରୀଙ୍କୁ ସ୍ବାଧୀକର ଭଙ୍ଗ ନୋଟିସ

ସଂସଦକୁ କୁକୁର ନେଇ ଆସିବା ଏବଂ ସାଂସଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ କଂଗ୍ରେସର ରାଜ୍ୟସଭା ସାଂସଦ ରେଣୁକା ଚୌଧୁରୀଙ୍କୁ ସ୍ବାଧୀକର ଭଙ୍ଗ ନୋଟିସ ଦିଆଯାଇଛି। ଚୌଧୁରୀଙ୍କ ବିରୋଧ ଆସିଥିବା ଅଭିଯୋଗକୁ ରାଜ୍ୟସଭା ସ୍ବାଧୀକର କମିଟି...

ନୂଆଦିଲ୍ଲୀ: ସଂସଦକୁ କୁକୁର ନେଇ ଆସିବା ଏବଂ ସାଂସଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ କଂଗ୍ରେସର ରାଜ୍ୟସଭା ସାଂସଦ ରେଣୁକା ଚୌଧୁରୀଙ୍କୁ ସ୍ବାଧୀକର ଭଙ୍ଗ ନୋଟିସ ଦିଆଯାଇଛି। ଚୌଧୁରୀଙ୍କ ବିରୋଧ ଆସିଥିବା ଅଭିଯୋଗକୁ ରାଜ୍ୟସଭା ସ୍ବାଧୀକର କମିଟି ବିଚାରକୁ ନେଇ ଫେବ୍ରୁଆରି ୨୩ ସୁଦ୍ଧା ନୋଟିସର ଜବାବ ରଖିବାକୁ କହିଛନ୍ତି।

ଡିସେମ୍ବର ୧ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ରେଣୁକା ନିଜ କାର୍‌ରେ ଏକ ବୁଲା କୁକୁରକୁ ନେଇ ଆସିଥିଲେ। କେତେକ ସାଂସଦ ଏହା ଉପରେ ଆପତ୍ତି ଉଠାଇବାରୁ ରେଣୁକା କହିଥିଲେ, ଯେଉଁମାନେ ଭିତରେ ବସିଛନ୍ତି ସେମାନେ କାମୁଡ଼ନ୍ତି, କୁକୁର ନୁହେଁ। ରେଣୁକାଙ୍କ ଏପରି ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସାଂସଦ ବ୍ରିଜ ଲାଲ ଓ ଇନ୍ଦୁ ବାଲା ଗୋସ୍ବାମୀ ରେଣୁକାଙ୍କ ନାଁରେ ସ୍ବାଧିକର ଭଙ୍ଗ ନୋଟିସ ଦାଖଲ କରିଥିଲେ।

ରେଣୁକା ବୁଲା କୁକୁର ସଂସଦ ପରିସରକୁ ଆଣି ସଂସଦର ସୁରକ୍ଷା ନିୟମ ଭାଙ୍ଗିବା ସହିତ ଉଭୟ ସଦନର ନିର୍ବାଚିତ ଜନପ୍ରତିନିଧି ଓ ସାଂସଦଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ରଖିଛନ୍ତି। କମିଟି ଗତ ସପ୍ତାହରେ ଏହି ମାମଲାର ବିଚାର କରିଥିଲା ଏବଂ ରେଣୁକାଙ୍କୁ ଫେବ୍ରୁଆରି ୨୩ ସୁଦ୍ଧା ଲିଖିତ ଜବାବ ରଖିବାକୁ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button