Dollar: ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ସୋମବାର ଏକ ଡଲାର ମୂଲ୍ୟ ୯୦ ଟଙ୍କା ୭୦ ପଇସା ହୋଇଯାଇଥିଲା। ପୂର୍ବରୁ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ କେବେ ଦେଖିବାକୁ ମିଳିନଥିଲା।

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ସୋମବାର ଏକ ଡଲାର ମୂଲ୍ୟ ୯୦ ଟଙ୍କା ୭୦ ପଇସା ହୋଇଯାଇଥିଲା। ପୂର୍ବରୁ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ କେବେ ଦେଖିବାକୁ ମିଳିନଥିଲା। ଏକ ସମୟରେ ଡଲାର ମୂଲ୍ୟ ୯୦ ଟଙ୍କା ୮୦ ପଇସା ହୋଇଯାଇଥିଲା। କାରବାର ଶେଷ ବେଳକୁ ସେଥିରେ ସୁଧାର ଘଟିଥିଲା। ଭାରତ ଓ ଆମେରିକା ମଧ୍ୟରେ ରାଜିନାମାରେ ଅହେତୁକ ବିଳମ୍ବ ଓ ବିଦେଶୀ ନିବେଶକମାନେ ଭାରତରୁ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି।
ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ୪୯ ପଇସା ଥିଲା। ସୋମବାର ସେଥିରେ ଆହୁରି ଅବମୂଲ୍ୟାୟନ ହୋଇଛି। ତେଣୁ କିଛି ଦିନ ଭିତରେ ଏକ ଡଲାର ଦାମ୍ ୯୧ ଟଙ୍କା ହୋଇଯିବା ଆଶଙ୍କାକୁ ଏଡ଼ାଇ ହେଉନାହିଁ। ଦେଶ ଭିତରେ ଘଟିଥିବା କେତେକ ସକାରାତ୍ମକ ଘଟଣା ଟଙ୍କାକୁ ସବଳ କରିବାରେ ସକ୍ଷମ ହୋଇନାହିଁ। ଏସିଆର ବିଭିନ୍ନ ମୁଦ୍ରା ମଧ୍ୟରେ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ଥିବା ବିନିମୟ ମୁଦ୍ରା ଟ୍ରେଡରମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ



