ଦେଶ ବିଦେଶ

Donald Trump: ଇରାନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ବାର୍ତ୍ତାକୁ ନେଇ ଚର୍ଚ୍ଚା

ଇରାନ ସହିତ ଭୀଷଣ ଯୁଦ୍ଧ ଚାଲିଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ।

ନୂଆଦିଲ୍ଲୀ: ଇରାନ ସହିତ ଭୀଷଣ ଯୁଦ୍ଧ ଚାଲିଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ। ତେବେ ଟ୍ରମ୍ପ ଏହା କେଉଁ ପରିପ୍ରେକ୍ଷୀରେ କହିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଏହାର ମୁକାବିଲା ପ୍ରସଙ୍ଗରେ କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଭାରତ ସ୍ଥିତ ଆମେରିକା ଦୂତାବାସ ଟ୍ରମ୍ପଙ୍କ ବାର୍ତ୍ତା ଜାରି କରିଥିବାବେଳେ ଏଥିରେ କୁହାଯାଇଛି ଯେ, ଭାରତ ସହିତ ଆମର ପୁରୁଣା ସମ୍ପର୍କ ଆହୁରି ପ୍ରଗାଢ ହେବ ବୋଲି ଟ୍ରମ୍ପ ତାଙ୍କ ବାର୍ତ୍ତାରେ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପ ଟେଲିଫୋନ୍‌ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ମୋଦୀ ପ୍ରଥମ ଥର ଟ୍ରମ୍ପଙ୍କ ସହିତ କଥା ହୋଇଥିଲେ। ଭାରତ ଶାନ୍ତି ପ୍ରତିଷ୍ଠା ପକ୍ଷରେ ଅଛି ଓ ବିଶ୍ବ ପାଇଁ ଏହା ଜରୁରୀ ବୋଲି ମୋଦୀ କହିଥିଲେ। ସେହିପରି ହର୍ମୁଜ ପ୍ରଣାଳୀ ଖୋଲା ରଖାଯିବା ଉପରେ ମୋଦୀ ଗୁରୁତ୍ବ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button