ଦେଶ ବିଦେଶ

Donald Trump: ଚୀନ୍‌କୁ ରୋକିବା ପାଇଁ ଭାରତର ସମର୍ଥନ ଅତ୍ୟନ୍ତ ଜରୁରୀ: ଟ୍ରମ୍ପ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ

ଚୀନ୍‌ର ମହତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ସମ୍ପର୍କରେ ଆମେରିକାର ସହାୟକ ବିଦେଶ ସଚିବ କହିଛନ୍ତି ଯେ, ଭାରତର ଆର୍ଥିକ ଅଭିବୃଦ୍ଧି ଓ ସ୍ବଦେଶୀ ସାମରିକ ବିକାଶ ଚୀନ୍‌ର ପ୍ରଭାବ ବିସ୍ତାର କରିବାର କ୍ଷମତାକୁ ବାଧା ଦେଉଛି।

ୱାଶିଂଟନ: ଆମେରିକାର ରାଷ୍ଟଠ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚୀନ୍‌ର ମୁକାବିଲା ପାଇଁ ଭାରତକୁ ଦକ୍ଷିଣ ଏସିଆରେ ଏକ ଅତ୍ୟାବଶ୍ୟକ ସହଯୋଗୀ ଭାବରେ ବର୍ଣ୍ଣନା କରିଛି। ସହାୟକ ବୈଦେଶିକ ସଚିବ ପଲ କପୁର ଗୃହ ବୈଦେଶିକ ବ୍ୟାପାର କମିଟିର ଦକ୍ଷିଣ ଓ ମଧ୍ୟ ଏସିଆ ଉପ-କମିଟିରେ ଏହା କହିଛନ୍ତି। ପଚରାଯାଇଥିଲା ଯେ, ଚୀନ୍‌ର ବର୍ଦ୍ଧିତ ଆକ୍ରମଣର ମୁକାବିଲା କରିବାରେ ଆମେରିକାକୁ ଭାରତ କିପରି ସାହାଯ୍ୟ କରିବ। ଏହାର ଉତ୍ତରରେ କପୁର କହିଛନ୍ତି ଯେ, ଭାରତ ସ୍ୱାଧୀନ ଭାବରେ ବିକାଶ କରିପାରିଛି, ନିଜ ଗୋଡ଼ରେ ଠିଆ ହୋଇପାରିଛି। ଏପରିସ୍ଥଳେ ଆମେରିକାର ରଣନୈତିକ ସ୍ୱାର୍ଥ ପାଇଁ ଭାରତ କାମ କରିବ। ସେ କହିଛନ୍ତି,ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ଏକ ପ୍ରମୁଖ ଶକ୍ତି ହେବାର କ୍ଷମତାକୁ ଏକ ଶକ୍ତିଶାଳୀ ଭାରତ ହ୍ରାସ କରୁଛି।

ରୁଷୀୟ ତେଲ ଉପରେ ବିବୃତି

ସେ ଉଲ୍ଲେଖ କରିଛନ୍ତି, ଭାରତ ରୁଷରୁ ତେଲ କ୍ରୟ ହ୍ରାସ କରୁଛି ଓ ଏକ ଭିନ୍ନ ମାଧ୍ୟମରେ ତେଲ କ୍ରୟ କରୁଛି। ସେ କହିଛନ୍ତି, ଭାରତ ଆମେରିକୀୟ ତେଲ କ୍ରୟ କରିବାର ସମ୍ଭାବନା ଅଛି।

ପାକିସ୍ତାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର

ଟ୍ରମ୍ପ ପ୍ରଶାସନ ମଧ୍ୟ ପାକିସ୍ତାନକୁ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ବର୍ଣ୍ଣନା କରିଛି। ଗୃହ କମିଟି ସମ୍ମୁଖରେ ଆଞ୍ଚଳିକ ସମ୍ପର୍କ ସ୍ଥାପନରେ ପାକିସ୍ତାନର ଭୂମିକା ଉପରେ କପୁର ଗୁରୁତ୍ୱାରୋପ କରିଥିଲେ। ସେ ସବକମିଟିକୁ କହିଥିଲେ ଯେ ଆମେରିକା ପାକିସ୍ତାନ ସହିତ ଏହାର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ସମ୍ଭାବନାକୁ ବୁଝିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ଯେ ଶକ୍ତି ଏବଂ କୃଷି କ୍ଷେତ୍ରରେ ପାକିସ୍ତାନ ସହିତ ବାଣିଜ୍ୟ ବୃଦ୍ଧି ପାଉଛି। କପୁର ଦୁଇ ଦେଶ ମଧ୍ୟରେ ସୁରକ୍ଷା ସହଯୋଗକୁ ଇଙ୍ଗିତ କରି କହିଛନ୍ତି,ଆମର ଆତଙ୍କବାଦ ବିରୋଧୀ ସହଯୋଗ ପାକିସ୍ତାନକୁ ଆଭ୍ୟନ୍ତରୀଣ ବିପଦର ମୁକାବିଲା କରିବାରେ ସାହାଯ୍ୟ କରୁଛି। ବୈଠକ ସମୟରେ ଆମେରିକୀୟ ସାଂସଦମାନେ କପୁରଙ୍କ ପୂର୍ବ ପୁସ୍ତକର ମଧ୍ୟ ଉଦ୍ଧୃତି ଦେଇଥିଲେ, ଯାହା ପାକିସ୍ତାନରେ ଆତଙ୍କବାଦ ଓ ଜାତୀୟ ସୁରକ୍ଷାର ତଦନ୍ତ ଉପରେ କେନ୍ଦ୍ରିତ ଥିଲା। ସେମାନେ ଏହା ମଧ୍ୟ ପଚାରିଥିଲେ ଯେ, ଦକ୍ଷିଣ ଓ ମଧ୍ୟ ଏସିଆର ଉଗ୍ରବାଦୀମାନେ ଆମେରିକାକୁ ଶରିଆ ଆଇନ ଆଣୁଛନ୍ତି କି? କପୁର ଉତ୍ତର ଦେଇଛନ୍ତି. ସେ ଆମେରିକାରେ କାର୍ଯ୍ୟ କରୁଥିବା ଏପରି ସଂଗଠିତ ଗୋଷ୍ଠୀ ବିଷୟରେ ଅଜ୍ଞ ବୋଲି ପ୍ରକାଶ କରିଛନ୍ତି।

ଭାରତ-ପାକିସ୍ତାନ ଯୁଦ୍ଧରେ ଟ୍ରମ୍ପଙ୍କ ଭୂମିକାକୁ ନିନ୍ଦା

କମିଟିର ଡେମୋକ୍ରାଟିକ୍ ସଦସ୍ୟ ସିଡନୀ କାମଲେଜର-ଡୋଭ ଗତ ବର୍ଷ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ମୁହାଁମୁହିଁ ପ୍ରସଙ୍ଗ ଉଠାଇଥିଲେ। ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୂମିକାକୁ ନିନ୍ଦା କରିଥିଲେ। ସେ କହିଛନ୍ତି, ଏହି ଘଟଣା ଆମେରିକୀୟ କୂଟନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଜବୁତ କରିବା ଉଚିତ ଥିଲା, କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି ପାଇଁ ଶ୍ରେୟ ନେବା ଓ କାଶ୍ମୀର ବିବାଦରେ ମଧ୍ୟସ୍ଥତା କରିବାର ପ୍ରସ୍ତାବ ଏହାକୁ ଦୁର୍ବଳ କରିଦେଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button