ଓଡିଶା

Demand: ଏମଭି-୨୬ ଗ୍ରାମବାସୀଙ୍କୁ ୩୦ କୋଟିର କ୍ଷତିପୂରଣ ଦାବି

ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଙ୍ଗୀୟ ସମାଜ ଅବିଭାଜିତ ଭାରତର ନାଗରିକ, ୧୯୫୮ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧିନରେ ଏମଭି, ଏମପିଭି ଗ୍ରାମଗୁଡିକରେ ପୁନର୍ବାସ ପାଇଥିଲୁ ବୋଲି ଆଜି ସମ୍ବାଦିକ ସମ୍ମିଳନୀରେ ବଙ୍ଗାଳି ସମାଜର ସଭାପତି...

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଙ୍ଗୀୟ ସମାଜ ଅବିଭାଜିତ ଭାରତର ନାଗରିକ, ୧୯୫୮ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧିନରେ ଏମଭି, ଏମପିଭି ଗ୍ରାମଗୁଡିକରେ ପୁନର୍ବାସ ପାଇଥିଲୁ ବୋଲି ଆଜି ସମ୍ବାଦିକ ସମ୍ମିଳନୀରେ ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମାକର ପ୍ରକାଶ କରିଛନ୍ତି।

ବିଗତ ଦିନରେ ମାଲକାନଗିରିଜିଲ୍ଲା ରାଖାଲଗୁଡ଼ା ଏବଂ ଏମଭି-୨୬ ଗ୍ରାମରେ ଘଟିଥିବା ଅପ୍ରତିକର ଘଟଣାକୁ ନେଇ ସେମାନେ ମର୍ମାହତ। ତେବେ ସରାକର ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଘୋଷଣାରେ ଆଦିବାସୀମାନଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତିଗୁଡିକ ଆମେ ପ୍ରଶଂସା ଏବଂ ସ୍ବାଗତ କରୁଛୁ ବୋଲି କହିଥିଲେ। କିନ୍ତୁ ଏମଭି-୨୬ ଗ୍ରାମର କ୍ଷତିଗ୍ରସ୍ତମାନଙ୍କ ପାଇଁ ଘୋଷିତ ରାଶି ପ୍ରତି ଆମେ ଅତ୍ୟନ୍ତ ନିରାଶ ଓ ଗଭୀର ଅସନ୍ତୋଷ ବୋଲି ମଧ୍ୟ କହିଥିଲେ। ତେଣୁ ବଙ୍ଗାଳି ସମାଜ ଆଜି ସରକାରଙ୍କୁ ୮ ଦଫା ପୂରଣ ନେଇ ଦାବି କରିଛନ୍ତି। ଏହା ଆସନ୍ତା ୯ ତାରିଖ ସୁଦ୍ଧା ପୂରଣ ନହେଲେ ଆଗାମୀ କାର୍ଯ୍ୟପନ୍ଥା ବାଧ୍ୟ ହୋଇ ସମାଜ ଗ୍ରହଣ କରିବ ବୋଲି କହିଛି।

ଫାଶୀଦଣ୍ଡ ଦାବି

ଦାବିଗୁଡିକ ମଧ୍ୟରୁ ରାଖାଲଗୁଡ଼ା ଗ୍ରାମର ଲାକେ ପଡିଆମିଙ୍କୁ ହତ୍ୟାକରିଥିବା ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେବା ସହ ପରିବାରକୁ ୧୦ ଲକ୍ଷ ଟଂକା କ୍ଷତିପୂରଣ ଦାବି କରାଯାଇଛି। ଏମଭି-୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡରେ ଜଡିତ ଅସାମାଜିକ, ସମାନତ ବିରୋଧୀ, ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ଲୋକଙ୍କ ସହ କିଛି ନେତା ଓ ଦୁଷ୍କର୍ମୀମାନେ ନିଜ ସୁବିଧା ପାଇଁ ଆଦିବାସୀ ଓ ବଙ୍ଗାଳୀଙ୍କ ମଧ୍ୟରେ ଭାଇଚାରାକୁ ନଷ୍ଟ କରିଛନ୍ତି ବୋଲି କୁହାଯାଇଥିଲା।

ଆଗାମୀ ଦିନରେ ନିରବ ପ୍ରତିବାଦ

ସେହିପରି ଗତ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏମଭି-୨୬ ଗ୍ରାମର ବଙ୍ଗାଳୀମାନଙ୍କ ପ୍ରିତ ବୈମାତୃକ ଭେଦଭାବ ଦେଖାଇ ଘର ଭତି ପାଇଁ ୭୫ ହଜାର ଏବଂ ଦୋକାନ ପାଇଁ ୨୦ ହଜାର ଟଂକା ଘୋଷଣା କରିଛନ୍ତି। ଏହାକୁ ଘୋର ନିନ୍ଦା କରାଯାଇଛି। ଏହାର ପୁନର୍ବିଚାର କରିବାକୁ ଦାବି କରାଯାଇଛି। ପୀଡିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କା ଘର ପ୍ରଦାନ କରାଯାଉ। ଆଗାମୀ ଦିନରେ ନିରବ ପ୍ରତିବାଦ କରିବାକୁ ଯାଉଛୁ, ଯାହା ଆଦିବାସୀ ଭାଇମାନଙ୍କ ବିରୋଧରେ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। କ୍ଷତିପୂରଣ ବାବଦକୁ ୩୦ କୋଟି ଟଂକା ପ୍ରଦାନ କରାଯାଉ। ସରକାରୀ ଦଳ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ଏବଂ ବଙ୍ଗାଳି ସମାଜର ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ପଦବିରୁ ବହିଷ୍କାର କରାଯାଇଛି। ବଙ୍ଗାଳୀ ଭାଷାରେ ମଲ୍ଟି ଲିଙ୍ଗାଆଲ ଏଜୁକେସନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସୁନିଲ ବିଶ୍ବାସ, ଉତ୍ତମ ଓଝା, ନିମାଇ ପାଲ, ତପନ ସାନା, ମହାନନ୍ଦ ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button