ଜଗନ୍ନାଥପ୍ରସାଦ:ସୁରତ ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକ୍ ସୋରିଷମୂଳି ଗ୍ରାମର ସମ୍ବରା ସ୍ବାଇଁ (୪୪)ଙ୍କର ଅକାଳ ବିୟୋଗ ଘଟିଛି। ହେଲେ ଅନ୍ୟକୁ ନୂଆ ଜୀବନ ଦେବା ପାଇଁ ନିଜ କିଡ୍ନି ଓ ଫୁସଫୁସ ଦାନ କରି ସେ ଅମର ହୋଇଯାଇଛନ୍ତି। ଆସନ୍ତାକାଲି ତାଙ୍କ ଶବ ପହଞ୍ଚିବ ବୋଲି ବିଡ଼ିପୁର ଗାଁ’ର ବିପ୍ରଚରଣ ବାରିକ ସୂଚନା ଦେଇଛନ୍ତି। ସମ୍ବରା ୧୫ ବର୍ଷ ହେଲା ଗୁଜରାଟ ସୁରତର ଓଲପାହାଡ଼ ଅଞ୍ଚଳରେ କାମ କରୁଥିଲେ। ଗତକାଲି ଛାତ ଉପରୁ ଖସି ପଡ଼ି ଗୁରୁତର ହୋଇଥିଲେ।

