ମୁମ୍ବାଇ: ବହୁ ପ୍ରତୀକ୍ଷିତ ମାଲାୟଲମ୍ ଚଳଚ୍ଚିତ୍ର Drishyam 3 ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଫିଲ୍ମଟିର ସେନ୍ସର ପ୍ରକ୍ରିୟା ସମାପ୍ତ ହୋଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ତିରୁବନନ୍ତପୁରମ୍ କାର୍ଯ୍ୟାଳୟ ଫିଲ୍ମର ମାଲାୟଲମ୍, ତାମିଲ୍, ତେଲୁଗୁ ଓ କନ୍ନଡ଼ ସଂସ୍କରଣକୁ U/A 16+ ସାର୍ଟିଫିକେଟ୍ ସହ ପାସ୍ କରିଛି। ସୂଚନା ଅନୁସାରେ, ମାଲାୟଲମ୍, ତାମିଲ୍ ଏବଂ କନ୍ନଡ଼ ସଂସ୍କରଣରେ କୌଣସି ଭିଜୁଆଲ୍ କିମ୍ବା ଅଡିଓ କଟା ଯାଇନାହିଁ।

ବିଭିନ୍ନ ସଂସ୍କରଣରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ
- ମାଲାୟଲମ୍ ସଂସ୍କରଣ: ନିର୍ମାତାମାନଙ୍କୁ ଧୂମପାନର ବିପଦ ସମ୍ପର୍କରେ ଏକ ସ୍ଥିର ଚେତାବନୀ କାର୍ଡ ଯୋଡିବାକୁ କୁହାଯାଇଛି।
- କନ୍ନଡ଼ ସଂସ୍କରଣ: ମଦ୍ୟପାନର କୁପ୍ରଭାବ ବିଷୟରେ ସମାନ ଧରଣର ଏକ ସ୍ଥିର ଚେତାବନୀ କାର୍ଡ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
- ତେଲୁଗୁ ସଂସ୍କରଣ: ଏହି ସଂସ୍କରଣର ଦ୍ୱିତୀୟାର୍ଦ୍ଧରେ ବ୍ୟବହୃତ ଆପତ୍ତିଜନକ ଶବ୍ଦକୁ ମ୍ୟୁଟ୍ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।।
ମଇ ୧୧ରେ ମୂଳ ମାଲାୟଲମ୍ ସଂସ୍କରଣକୁ ଓ ମଇ ୧୫ରେ ଡବ୍ ଭର୍ସନଗୁଡ଼ିକୁ ସେନ୍ସର ବୋର୍ଡ ପାସ୍ କରିଥିଲା। ସେନ୍ସର ସାର୍ଟିଫିକେଟ୍ ଅନୁଯାୟୀ ଫିଲ୍ମର ଦୈର୍ଘ୍ୟ ୧୫୯ ମିନିଟ୍ ୫ ସେକେଣ୍ଡ। ଅର୍ଥାତ୍ ୨ ଘଣ୍ଟା ୩୯ ମିନିଟ୍। ଫିଲ୍ମଟିରେ ମୋହନଲାଲ, ମୀନା, ଅନସୀବା ହାସନ, ଏସ୍ଥର ଅନିଲ, ଆଶା ଶରଥ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି। । ଏହା ଜିତୁ ଜୋସେଫଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ହୋଇଥିବା ବେଳେ ଆଣ୍ଟୋନି ପେରୁମ୍ବାଭୁରଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି।
ଉଲ୍ଲେଖଯୋଗ୍ୟ ୨୦୧୩ରେ ମୁକ୍ତିଲାଭ କରିଥିବା ପ୍ରଥମ Drishyam ମାଲାୟଲମ୍ ସିନେମା ଇତିହାସରେ ବଡ଼ ସଫଳତା ହାସଲ କରିଥିଲା। ପରେ ୨୦୨୧ରେ Drishyam 2 ସିଧାସଳଖ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏବେ ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି।Drishyam 3ର ଆଗୁଆ ବୁକିଂ ଗତ ସପ୍ତାହରେ କେରଳରେ ଆରମ୍ଭ ହୋଇଥିଲା ଏବଂ ଟିକେଟ୍ ବିକ୍ରି ବେଶ୍ ଉତ୍ସାହଜନକ ରହିଛି । କେରଳ ବାହାରେ ଏବଂ ବିଦେଶରେ ଫିଲ୍ମଟି ପାନୋରାମା ଷ୍ଟୁଡିଓ ମୁକ୍ତିଲାଭ କରିବ।
ସୌଜନ୍ୟ ସମ୍ବାଦ