Delhi school: ଦିଲ୍ଲୀ ସ୍କୁଲ୍ ବାହାରେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା, ୫ ଗିରଫ
ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ଏକ ସରକାରୀ ସ୍କୁଲ୍ ବାହାରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ସ୍କୁଲ୍ ୟୁନିଫର୍ମ ଜୋତାକୁ ନେଇ ବିବାଦ ହେବାରୁ ବୁଧବାର ସନ୍ଧ୍ୟା ୬ଟା ୧୦ ସମୟରେ ଏହି ଦୁଃଖଦ ଘଟଣା ଘଟିଛି।

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ଏକ ସରକାରୀ ସ୍କୁଲ୍ ବାହାରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ସ୍କୁଲ୍ ୟୁନିଫର୍ମ ଜୋତାକୁ ନେଇ ବିବାଦ ହେବାରୁ ବୁଧବାର ସନ୍ଧ୍ୟା ୬ଟା ୧୦ ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଉକ୍ତ ମାମଲାରେ ୩ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଛୁରୀମାଡ଼ରେ ଆହତ ଛାତ୍ରଙ୍କୁ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ମାହନ ଗାର୍ଡେନ୍ ଅଞ୍ଚଳର। ତାଙ୍କ ବାପା ସେନାରେ ଥିଲେ ଏବଂ ଏବେ ସେ ଗୁରୁଗ୍ରାମରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଛାତ୍ର ଜଣକ ସ୍କୁଲ୍ ଜୋତା ପିନ୍ଧି ନ ଥିବାରୁ ତାଙ୍କ ନାଁରେ ଶିକ୍ଷକଙ୍କ ନିକଟରେ କେହି ଅଭିଯୋଗ କରିଥିଲେ। ତେବେ ସ୍କୁଲ୍ ଶେଷ ହେବାପରେ ଉକ୍ତ ପ୍ରସଙ୍ଗକୁ ନେଇ ତାଙ୍କର ଅନ୍ୟ କିଛି ଛାତ୍ରଙ୍କ ସହ ବଚସା ହୋଇଥିଲା। ଏହି ସମୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଅପରାଧରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି। ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ସୌଜନ୍ୟ ସମ୍ବାଦ




