ଦେଶ ବିଦେଶ

Jharkhand Air Ambulance Crash: ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା: ୪ ବର୍ଷ ହେଲା ବ୍ୟବହାର ହୋଇନଥିଲା ବିମାନ, ନଥିଲା ବ୍ଲାକବକ୍ସ

ଝାଡ଼ଖଣ୍ଡରେ ସୋମବାର ରାତିରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା‌ରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଡବାର୍ଡ ଏୟାରୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ପରିଚାଳିତ ବିମାନ ବିଚ୍‌କ୍ରାଫ୍ଟ ସି୯୦ ଏୟାର ଆମ୍ବୁଲାନ୍ସଟି ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍‌ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।

ରାଞ୍ଚି: ଝାଡ଼ଖଣ୍ଡରେ ସୋମବାର ରାତିରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା‌ରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଡବାର୍ଡ ଏୟାରୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ପରିଚାଳିତ ବିମାନ ବିଚ୍‌କ୍ରାଫ୍ଟ ସି୯୦ ଏୟାର ଆମ୍ବୁଲାନ୍ସଟି ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍‌ ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହ ଯୋଗାଯୋଗ ହରାଇ ଚତ୍ରା ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ବିମାନରବ୍ଲାକବକ୍ସ ମିଳି ନାହିଁ।

ଏୟାର ଆମ୍ବୁଲାନ୍ସରେ ବ୍ଲାକବକ୍ସ ନଥିବାରୁ ଘଟିଥିଲା ଦୁର୍ଘଟଣା

ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ୫,୭୦୦ କିଲୋଗ୍ରାମରୁ କମ୍ ଓଜନର ବିମାନରେ କକ୍‌ପିଟ୍‌ ଭଏସ୍‌ ରେକର୍ଡ଼ର୍‌ ଓ ଫ୍ଲାଇଟ ଡାଟା ରେକର୍ଡ଼ରର ପ୍ରଭୃତିର ଆବଶ୍ୟକତା ନଥାଏ। ଦୁର୍ଘଟଣାଗ୍ରସ୍ତ ଏହି ଏୟାର ଆମ୍ବୁଲାନ୍ସରେ ବ୍ଲାକବକ୍ସ ନଥିବାରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା କର୍ତ୍ତୃପକ୍ଷଙ୍କ ପାଇଁ କଷ୍ଟକର ହୋଇଯିବ। ଖରାପ ପାଗ ଏବଂ ଝଡ଼ବର୍ଷା ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଅଧିକାରୀ କହିଛନ୍ତି। ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଡିଜିସିଏ ଓ ଏଏଆଇବିରୁ ତଦନ୍ତ ଜଣାପଡ଼ିବ। ଏୟାର ଆମ୍ବୁଲାନ୍ସ ଯେଉଁ ମାର୍ଗରେ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେହିପରି ମାର୍ଗରେ ସେହିଦିନ ଖରାପ ପାଣିପାଗ ନେଇ ପୂର୍ବରୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା। ବିଚକ୍ରାଫ୍ଟ ସି୯୦ କିଙ୍ଗ ଏୟାରକ୍ରାପ୍ଟ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ଚାରି ବର୍ଷ ହେଲା ଏହା ବ୍ୟବହାର ହୋଇନଥିଲା। ଏଏଆଇବି ଟିମ୍‌ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ‘ଏକ୍ସ’ରେ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button