ଓଡିଶା

Somnath Temple’s 1000 Year Journey: ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିରର ୧୦୦୦ ବର୍ଷ ପୂର୍ତ୍ତିକୁ ଭାରତର ଅଖଣ୍ଡତାର ପ୍ରମାଣ ଭାବରେ ପ୍ରଶଂସା କରିଛନ୍ତି। ଶତାବ୍ଦୀର ଆକ୍ରମଣ ଏବଂ ଧ୍ୱଂସ ସତ୍ତ୍ୱେ ମନ୍ଦିର ସେହିଭଳି ଛିଡ଼ା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି....

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିରର ୧୦୦୦ ବର୍ଷ ପୂର୍ତ୍ତିକୁ ଭାରତର ଅଖଣ୍ଡତାର ପ୍ରମାଣ ଭାବରେ ପ୍ରଶଂସା କରିଛନ୍ତି। ଶତାବ୍ଦୀର ଆକ୍ରମଣ ଏବଂ ଧ୍ୱଂସ ସତ୍ତ୍ୱେ ମନ୍ଦିର ସେହିଭଳି ଛିଡ଼ା ହୋଇଥିବା ମୁଖ୍ୟମନ୍ତ୍ରୀ   କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଅଦମ୍ୟ ସାହସ ଓ ସ୍ୱାଭିମାନର ପ୍ରତୀକ।

୨୦୨୬ରେ ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରଣ

୨୦୨୬ ମସିହାରେ ଏହି ପବିତ୍ର ପୀଠ ଉପରେ ହୋଇଥିବା ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରଣ ହେଉଥିବାବେଳେ, ଶତାବ୍ଦୀ ଶତାବ୍ଦୀର ସଂଘର୍ଷ ସତ୍ତ୍ୱେ ସୋମନାଥ ଆଜି ବି ବିଜୟର ସ୍ତମ୍ଭ ଭାବେ ଦଣ୍ଡାୟମାନ।

ଏହି ପୁନରୁତ୍ଥାନର ଗାଥା ଆମକୁ ଶିଖାଏ ଯେ ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ। ଆମ ଆସ୍ଥା ଓ ସନାତନ ପରମ୍ପରାର ଏହି ଅମର ଜ୍ୟୋତି ସଦାସର୍ବଦା ଭାରତୀୟ ସଭ୍ୟତାକୁ ମାର୍ଗଦର୍ଶନ କରୁଥିବ।

ସୋମନାଥର ଗୌରବମୟ ଇତିହାସ ଉପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରେରଣାଦାୟକ ଲେଖା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଜୟ ସୋମନାଥ! ସୋମନାଥ ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ  ୨୦୨୬ରେ ପୂରଣ ହେଉଛି। ପରବର୍ତ୍ତୀ ସମୟରେ ବାରମ୍ବାର ଆକ୍ରମଣ ସତ୍ତ୍ୱେ,ସୋମନାଥ ଅଟଳ ହୋଇ ଠିଆ ହୋଇଛି!

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button