Election: ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଆଜି; ୭ ଜିଲ୍ଲାରେ ୧୪୨ ଆସନରେ ଭୋଟ୍‌ ଗ୍ରହଣ

ପଶ୍ଚିମବଙ୍ଗରେ ଆଜି ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଚୂଡ଼ାନ୍ତ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ଆସନରେ ଭୋଟ୍‌ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବାପାଇଁ କର୍ତ୍ତୃପକ୍ଷମାନେ ସ୍ପଷ୍ଟ ନିର୍ଦ୍ଦେଶାବଳି ଜାରି କରିଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଚୂଡ଼ାନ୍ତ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ଆସନରେ ଭୋଟ୍‌ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବାପାଇଁ କର୍ତ୍ତୃପକ୍ଷମାନେ ସ୍ପଷ୍ଟ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ୧୪୨ ଆସନରୁ ଅଧିକାଂଶ ସ୍ଥାନରେ ମମତା ବାନାର୍ଜୀଙ୍କ ‌ନେତୃତ୍ବାଧୀନ ଟିଏମ୍‌ସିର ଦଖଲ ରହିଛି। ଏହା ଦକ୍ଷିଣ ବଙ୍ଗରୁ କୋଲକାତା ପର୍ଯ୍ୟନ୍ତ ପରିବ୍ୟାପ୍ତ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟରେ ୯୩.୧୯ ପ୍ରତିଶତ ମତଦାନ ‌ରେକର୍ଡ କରାଯାଇଛି। ଟିଏମ୍‌ସି ଲଗାତାର ଚତୁର୍ଥ ବିଜୟ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ଚଳିତ ଥର ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି।

‌ ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନ୍‌ଆଇଏ ଅଧିକାରୀମାନେ କୋଲକାତାରେ ପହଞ୍ଚି ସାରିଛନ୍ତି। ଉତ୍ତରପ୍ରଦେଶ ଏନକାଉଣ୍ଟର ସ୍ପେସାଲିଷ୍ଟ ତଥା ଆଇପିଏସ୍‌ ଅଫିସର ଅଜୟ ପାଲ୍‌ ଶର୍ମା ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପାଇଁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ମୁତୟନ ହୋଇଛନ୍ତି। ଭୋଟିଂ ବ୍ୟବସ୍ଥା ଦେଖିବାପାଇଁ ଅଜୟ ପାଲ୍‌ ଶର୍ମା ଆଜି ଫାଲ୍‌ଟାରେ ପହଞ୍ଚିଥିବାବେଳେ ତାଙ୍କୁ ଟିଏମ୍‌ସି ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ