ଓଡିଶାଜିଲ୍ଲା

Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ

ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଅଣାୟତ୍ତ ହୋଇ ପଡ଼ିଛି। ମୁଜାଗଡ଼ ଓ ଗାଲେରୀ ବନାଞ୍ଚଳ ପରେ ଗତକାଲି ରାତିରେ ହାତୀପଲ କେନ୍ଦ୍ରୀୟ ବନାଞ୍ଚଳରେ ଆତଙ୍କ ଖେଳାଇଛନ୍ତି।

ଭଞ୍ଜନଗର (ବିଶ୍ବମ୍ବର ଜେନା):ଗଂଜାମଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଅଣାୟତ୍ତ ହୋଇ ପଡ଼ିଛି। ମୁଜାଗଡ଼ ଓ ଗାଲେରୀ ବନାଞ୍ଚଳ ପରେ ଗତକାଲି ରାତିରେ ହାତୀପଲ କେନ୍ଦ୍ରୀୟ ବନାଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କାଳିଆମ୍ବା ସେକ୍ସନ୍‌ ପୁରୁଣାପାଣି ବଞ୍ଜରମାଳରେ ଏକ ଦନ୍ତାହାତୀ ଗାଈଗୋଠରେ ପଶି ଆକ୍ରମଣ କରିବାରୁ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ୩ଟି ଗାଈ ଆହତ ହୋଇଛନ୍ତି। ଡମ୍ବୁରୁ ପାତ୍ର ପୁରୁଣାପାଣି, କାଳିଆମ୍ବା ଓ ମଳାସପଦର ଅଞ୍ଚଳର ଲୋକଙ୍କ ଗାଈକୁ ଗୁହାଳରେ ରଖି ଚରାଉଥିଲେ। ଗତକାଲି ରାତିରେ ଦନ୍ତାହାତୀଟି ପଶି ଭଙ୍ଗାରୁଜା କରିବାରୁ ଗାଈ‌ଗୋରୁ ଏଣେତେରେ ଦୌଡ଼ିଥିଲେ। ତେବେ ୩ଟି ଗାଈକୁ ସେ ଦାନ୍ତରେ ଆକ୍ରମଣ କରି କ୍ଷତାକ୍ତ କରିଥିଲା। କାଳିଆମ୍ବାର ପୂର୍ଣ୍ଣ ନାୟକଙ୍କ ଗାଈକୁ ଆକ୍ରମଣ କରି ତା’ର ଅନ୍ତବୁଜୁଳା ବାହାର କରିଦେବାରୁ ୧୨ ଘଣ୍ଟା ଚିକିତ୍ସା ପରେ ମୃତ୍ୟୁ ଘଟିଥିଲା। ଉକ୍ତ ବନାଞ୍ଚଳରେ ପୂର୍ବରୁ ହାତୀ ନଥିବା ବେଳେ ମୁଜାଗଡ଼ରେ ଥିବା ଏକ ୨୬ଟିକିଆ ହାତୀପଲ ଫୁଲବାଣୀ ବନଖଣ୍ଡ ଆଡ଼କୁ ପଳାଇଛନ୍ତି। ସେଥିରୁ ଏକ ଦନ୍ତା ଖାଦ୍ୟ ଅନ୍ବେଷଣରେ କେନ୍ଦ୍ରୀୟ ବନାଞ୍ଚଳକୁ ଚାଲିଆସିଥିବା ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button