ଓଡିଶାମହାନଗର

Priyabrata Das: ପ୍ରିୟବ୍ରତ ଦାସ ଥିଲେ ‘ବେଦ ପୁରୁଷ’

ଆର୍ଯ୍ୟସମାଜ ଭୁବନେଶ୍ୱରର ପ୍ରତିଷ୍ଠାତା ପ୍ରିୟବ୍ରତ ଦାସ ଥିଲେ ଜଣେ ‘ବେଦ ପୁରୁଷ’। ବେଦ ଓ ବୈଦିକ ସାହିତ୍ୟ ହିଁ ଥିଲା ତାଙ୍କ ଜୀବନର ବ୍ରତ। ୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିବା....

ଭୁବନେଶ୍ୱର: ଆର୍ଯ୍ୟସମାଜ ଭୁବନେଶ୍ୱରର ପ୍ରତିଷ୍ଠାତା ପ୍ରିୟବ୍ରତ ଦାସ ଥିଲେ ଜଣେ ‘ବେଦ ପୁରୁଷ’। ବେଦ ଓ ବୈଦିକ ସାହିତ୍ୟ ହିଁ ଥିଲା ତାଙ୍କ ଜୀବନର ବ୍ରତ। ୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ଆର୍ଯ୍ୟସମାଜ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଦାନ। ସ୍ବର୍ଗତ ଦାସଙ୍କ ବିୟୋଗରେ ଆର୍ଯ୍ୟସମାଳରେ ଆୟୋଜିତ ଶାନ୍ତିଯଜ୍ଞ ଓ ସ୍ମୃତିସଭାରେ ଯୋଗଦେଇ ବକ୍ତାମାନେ ଏଭଳି କହିଛନ୍ତି।
ସ୍ମୃତିସଭାରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ବୈଦିକ ସାହିତ୍ୟକୁ ପ୍ରିୟବ୍ରତ ଦାସଙ୍କ ଅମୂଲ୍ୟ ଦାନ ଯୁଗଯୁଗ ଧରି ଅମ୍ଳାନ ହୋଇ ରହିବ ବୋଲି କହିଥିଲେ। ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ କହିଥିଲେ ପ୍ରିୟବ୍ରତ ଦାସ ଯଦି କେବଳ ଇଞ୍ଜିନିୟରିଂ ବୃତ୍ତି ଭିତରେ ରହିଯାଇଥାନ୍ତେ, ତେବେ ବେଦ ଓ ଆର୍ଯ୍ୟସମାଜ ସମ୍ପର୍କରେ ଓଡ଼ିଶାବାସୀ ବିଶେଷ କିଛି ଜାଣିବାର ଅବକାଶ ପାଇନଥା’ନ୍ତେ। ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଥିଲେ ଓଡ଼ିଶାରେ ବେଦ ଓ ଆର୍ଯ୍ୟସମାଜ କ’ଣ ତାହା ଶ୍ରୀବସ୍ଥ ପଣ୍ଡାଙ୍କ ପରେ ସମସ୍ତ ଶ୍ରେୟ ସ୍ବର୍ଗତ ଦାସଙ୍କୁ ଯିବ। ସ୍ବର୍ଗତ ଦାସଙ୍କ ସହଧର୍ମିଣୀ ତଥା ଆର୍ଯ୍ୟ ସମାଜର ସହ ସମ୍ପାଦିକା ଶନ୍ନୋଦେବୀ ସ୍ମୃତିଚାରଣ କରି କହିଥିଲେ ଯେ, ଅଥର୍ବ ବେଦରେ କୁହାଯାଇଛି ମୃତ ବ୍ୟକ୍ତିଙ୍କ ପାଇଁ ଶୋକ କରନାହିଁ କିମ୍ବା ରୋଦନ କରନାହିଁ, ଆମେ ତାହା ହିଁ କରିବା।

Show More

Leave a Reply

Your email address will not be published. Required fields are marked *

Back to top button