Emergency Meeting: ଗ୍ରିନଲାଣ୍ଡ ଓ ଇରାନ ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଲେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍
ଗ୍ରିନଲାଣ୍ଡ ଅଧିଗ୍ରହଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଏବଂ ଇରାନରେ ଦେଶବ୍ୟାପୀ ବିକ୍ଷୋଭ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବା ପାଇଁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର ପ୍ୟାରିସରେ ଏକ ଜରୁରିକାଳୀନ ପ୍ରତିରକ୍ଷା କ୍ୟାବିନେଟ୍ ବୈଠକ ଡକାଇଛନ୍ତି।

ପ୍ୟାରିସ: ଗ୍ରିନଲାଣ୍ଡ ଅଧିଗ୍ରହଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଏବଂ ଇରାନରେ ଦେଶବ୍ୟାପୀ ବିକ୍ଷୋଭ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବା ପାଇଁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର ପ୍ୟାରିସରେ ଏକ ଜରୁରିକାଳୀନ ପ୍ରତିରକ୍ଷା କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଏକ୍ସରେ ଏକ ବାର୍ତ୍ତାରେ ମାକ୍ରୋନ୍ କହିଛନ୍ତି ଯେ, ଫ୍ରାନ୍ସର ସାମରିକ କର୍ମଚାରୀଙ୍କ ଏକ ପ୍ରଥମ ଦଳ ଡେନମାର୍କ ଓ ଗ୍ରିନଲାଣ୍ଡ ଦ୍ୱାରା ଆୟୋଜିତ ଏକ ଅଭ୍ୟାସରେ ଅଂଶଗ୍ରହଣ କରିବାକୁ ଗ୍ରିନଲାଣ୍ଡ ଅଭିମୁଖେ ଯାଉଛନ୍ତି।
ଜର୍ମାନୀ, ନରୱେ ଓ ସ୍ୱିଡେନ୍ ସମେତ ସହଯୋଗୀ ଦେଶମାନେ କୋପେନହେଗେନ୍ ଓ ନୁକ୍କୁ ସମର୍ଥନ ପ୍ରଦର୍ଶନ କରି ଗ୍ରିନଲାଣ୍ଡରେ ସୈନ୍ୟ ମୁତୟନ କରିବା ଆରମ୍ଭ କରିଛନ୍ତି। ମାକ୍ରୋନ୍ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି, ଡେନମାର୍କର ଅନୁରୋଧ କ୍ରମେ ମୁଁ ନିଷ୍ପତ୍ତି ନେଇଛି ଯେ, ଗ୍ରିନଲାଣ୍ଡରେ ଡେନମାର୍କ ଦ୍ୱାରା ଆୟୋଜିତ ମିଳିତ ସମରାଭ୍ୟାସରେ ଫ୍ରାନ୍ସ ଅଂଶଗ୍ରହଣ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡ ଦଖଲ କରିବାକୁ ଚାହୁଥିବା ବେଳେ ସହଯୋଗୀ ରାଷ୍ଟ୍ରଗୁଡ଼ିକଠାରୁ ମଧ୍ୟ ବିରୋଧର ସମ୍ମୁଖୀନ ହେବା ଦେଖାଯାଉଛି।
ସୌଜନ୍ୟ ସମ୍ବାଦ




