ଓଡିଶା

Encounter: ଚିହ୍ନଟ ହେଲେ ୧୨ ନକ୍ସଲ, ମୁଣ୍ଡରେ ଥିଲା ୬୦ ଲକ୍ଷ ଟଙ୍କା

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ପୁଲିସ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିଲେ। ଗତକାଲି ସଂଧ୍ୟାରେ ଯବାନମାନେ ଫେରିବା ପରେ ମୃତ ନକ୍ସଲଙ୍କର ଶବ ଚିହ୍ନଟ ହୋଇଥିଲା।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ପୁଲିସ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିଲେ। ଗତକାଲି ସଂଧ୍ୟାରେ ଯବାନମାନେ ଫେରିବା ପରେ ମୃତ ନକ୍ସଲଙ୍କର ଶବ ଚିହ୍ନଟ ହୋଇଥିଲା। ଆଜି ସକାଳେ ଏସପି କିରଣ ଚୌହାନ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ନକ୍ସଲଙ୍କର ପରିଚୟ ପ୍ରକାଶ କରିଥିଲେ। ଏଥିସହ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀକୁ ଗଣମାଧ୍ୟମ ସାମ୍ନାରେ ପ୍ରଦର୍ଶନୀ କରାଯାଇଥିଲା।

ମୃତ ୧୨ ନକ୍ସଲ ମଧ୍ୟରୁ ୫ ଜଣ ମହିଳା ମାଓବାଦୀ ରହିଛନ୍ତି। ସମସ୍ତଙ୍କ ମୁଣ୍ଡରେ ୬୦ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନଙ୍କ ମଧ୍ୟରେ ଜଣେ କମ୍ପାନି କମାଣ୍ଡର, ଜଣେ ଡିଭିଜନାଲ କମିଟି ମେମ୍ବର, ୭ଜଣ ଏସିଏମ ଏବଂ ୩ ଜଣ ପାର୍ଟି ମେମ୍ବର ବୋଲି ଜଣାପଡିଛି। ଏମାନଙ୍କ ଠାରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ଏସଏଲଆର ବନ୍ଧୁକ, ଗୋଟିଏ ଇନସାସ ବନ୍ଧୁକ, ବିଜିଏଲ ଲଞ୍ଚର ୪ଟି, ୧୨ ବୋର ରାଇଫଲ ୩ଟି, ବାଇରଲେସ ଗୋଟିଏ ସେଟ୍ ଇତ୍ୟାଦି ଜବତ ହୋଇଛି। ଏମାନେ ପୁଲିସ ଅଧିକ୍ଷକ ଆକାଶ ରାଓକୁ ଗିରିପୁଞ୍ଜ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ହତ୍ୟା ଘଟଣାରେ ସାମିଲ ଥିବା ପୁଲିସ କହିଛି।

ମିଳିଲା ପରିଚୟ

ମୃତ ନକ୍ସଲମାନେ ହେଲେ ୮ ଲକ୍ଷ ଘୋଷିତ ଡିଭିସିଏମ ସଚିନ ମଙ୍ଗଡୁ, ୮ ଲକ୍ଷ ଘୋଷିତ ଏସିଏମ ମାଡବୀ ହିତେଶ, ୧୦ ଲକ୍ଷ ଘୋଷିତ କମ୍ପାନି କମାଣ୍ଡର ପଡିୟମ ଜଗା, ୫ ଲକ୍ଷ ଘୋଷିତ ଏସିଏମ କୋମରାମ ବଦରୀ, ୫ ଲକ୍ଷ ଘୋଷିତ ଏସିଏମ ଝିତରୁ ମାଡବି, ୫ ଲକ୍ଷ ଘୋଷିତ ଏସିଏମ ମାଡବି ସୁକ୍କା, ୫ ଲକ୍ଷ ଘୋଷିତ ଏସିଏମ ମୁଚାକି ମୁନ୍ନି, ୫ ଲକ୍ଷ ଘୋଷିତ ଏସିଏମ ମାଡବି ଜମଲି, ୫ ଲକ୍ଷ ଘୋଷିତ ଏସିଏମ ପଡିୟମ ରୋଶନୀ, ୨ ଲକ୍ଷ ଘୋଷିତ ପାର୍ଟି ମେମ୍ବର ତାମୋ ନନ୍ଦା, ୧ ଲକ୍ଷ ଘୋଷିତ ପାର୍ଟି ମେମ୍ବର ମାଡକମ ରାମା ଏବଂ ୧ ଲକ୍ଷ ଘୋଷିତ ପାର୍ଟି ମେମ୍ବର ମାସେ। ଡିଭିସିଏମ ସଚିନ ମଙ୍ଗଡୁ ନାମରେ ୪୧ଟି ଅପରାଧିକ ମାମଲା ରହିଛି।  ଅନ୍ୟ ସମସ୍ତ ନକ୍ସଲ ନାମରେ ମଧ୍ୟ ବହୁ ହିଂସା ଘଟାଇବା ନେଇ ମାମଲା ରହିଥିବା କୁହାଯାଇଛି। ତେବେ ଜଂଗଲରେ ରହିଯାଇଥିବା ଅନ୍ୟ ନକ୍ସଲ ମଧ୍ୟ ତୁରନ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ସୁକମା ଏସପି କିରଣ ଚୌହାନ ଆହ୍ବାନ ଦେଇଛନ୍ତି। ହିଂସା ଦ୍ବାରା କେବେ ମଧ୍ୟ ବିକାଶ ସମ୍ଭବ ନୁହେଁ ବରଂ ସାମ୍ବିଧାନିକ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧରେ ହିଁ ବିକାଶ ସମ୍ଭବ ବୋଲି କୁହାଯାଇଥିଲା।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button