ଓଡିଶା

New Year Pictures: ବର୍ଷ ବଦଳିଲେ ବଦଳେ କି ଭାଗ୍ୟ ? ଖଟିଖିଆଙ୍କ ପାଇଁ ନୂଆବର୍ଷ ବୋଲି କିଛି ନାହିଁ…

ବର୍ଷ ବଦଳିଗଲେ କଣ ସତରେ ବଦଳେ ଭାଗ୍ୟ ? ନା ବଦଳିଯାଏ ମଣିଷର ତମାମ ଜଞ୍ଜାଳ ? ଅଭାବ, ଅସୁବିଧା ଓ ଗରିବୀପଣ ? ବର୍ଷଟେ ବଦଳିଲେ ଦୁଃଖରେ ଲାଗେନି ବ୍ରେକ୍… ସେଇ ନିତିଦିନିଆ କାମଧନ୍ଦା କରି ଶ୍ରମିକଟେ ପୋଷେ ପେଟ । ଟ୍ରଲି ଟାଣେ ଦିନ ମଜୁରିଆ, କୋଦାଳ ନେଇ ମାଟିହାଣେ ପୁରୁଷ, ପରର ଘର ପୋଛେ ମାଆଟେ...

ଭୁବନେଶ୍ବର: ବର୍ଷ ବଦଳିଗଲେ କଣ ସତରେ ବଦଳେ ଭାଗ୍ୟ ? ନା ବଦଳିଯାଏ ମଣିଷର ତମାମ ଜଞ୍ଜାଳ ? ଅଭାବ, ଅସୁବିଧା ଓ ଗରିବୀପଣ ? ବର୍ଷଟେ ବଦଳିଲେ ଦୁଃଖରେ ଲାଗେନି ବ୍ରେକ୍… ସେଇ ନିତିଦିନିଆ କାମଧନ୍ଦା କରି ଶ୍ରମିକଟେ ପୋଷେ ପେଟ । ଟ୍ରଲି ଟାଣେ ଦିନ ମଜୁରିଆ, କୋଦାଳ ନେଇ ମାଟିହାଣେ ପୁରୁଷ, ପରର ଘର ପୋଛେ ମାଆଟେ । ମୁଣ୍ଡରେ ପୁଣି ପ୍ଲାଷ୍ଟିକ ବସ୍ତା ବୋହି ମେହନତି ବାବାଦରୁ ଯାହା ପାଏ ସେଥିରେ ଚଳେ ତା ସଂସାର । ଦୋକାନରୁ ତା ପୁଅ ପାଇଁ ନିଏ ବରା-ଗୁଲୁଗୁଲା… କାହାର ଖଟିଖଟି ଦିନ ସରିଯାଏ ତ କାହାର ନାଚି ନାଚି ଭୋଜି ଭାତ ଖାଇ ଦିନ ସରିଯାଏ । ତେଣୁ ସମସ୍ତଙ୍କ ପାଇଁ ନୂଆବର୍ଷ ସମାନ ନୁହେଁ କି ସମସ୍ତଙ୍କ ଭାଗ୍ୟ ନୂଆବର୍ଷ ବଦଳାଇପାରେନି…

Leave a Reply

Your email address will not be published. Required fields are marked *

Back to top button