Breaking News

ଘାତକ ସାଜୁଛି ବାୟୁ ପ୍ରଦୂଷଣ, ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ

0

ଭୁବନେଶ୍ବର: ଘାତକ ସାଜୁଛି ବାୟୁ ପ୍ରଦୂଷଣ। ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ। ସଚେତନ ନହେଲେ ଆଗକୁ ଭୟାନକ ହୋଇଯିବ ପରିସ୍ଥିତି। ସହରାଞ୍ଚଳରେ ଖରାପ ହେଉଛି ବାୟୁ ପ୍ରଦୂଷଣର ମାତ୍ର। ସହରବାସୀ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ନକଲେ ଆଗାମୀ ୫ ବର୍ଷ ପରେ ଖୋଲରେ ନିଃଶ୍ୱାସ ନେବା ହୋଇଯିବ ଅସମ୍ଭବ। ପ୍ରବଳ ମାତ୍ରାରେ ଯାନବାହାନ ଚଳାଚଳ, ପ୍ରଚୁର ଏସିର ବ୍ୟବହାର, ଏଣେତେଣେ ଅଡିଆ ଆବର୍ଜନା ଫୋପାଡିବା, ଖୋଲଂଖୋଲା ଭାବେ ନିର୍ମାଣ କାର୍ୟ୍ୟ କରିବା, ନିଆଁ ଲଗେଇ ଜାଳିବା ହେଉଛି ବାୟୁ ପ୍ରଦୂଷଣ ଖରାପ
ହେବାର ମୁଖ୍ୟ କାରଣ। ଇସକ୍ସ ଛଙ୍କବକ୍ଷସଗ୍ଧଚ୍ଚ ଓଦ୍ଭୟରଙ୍ଘ ର ମାତ୍ର ୫୦ ତଳକୁ ରହିଲେ ତାହା ମଣିଷ ପାଇଁ ଉପଯୋଗୀ। ହେଲେ କଟକ ସହରରେ ଇସକ୍ସ ଛଙ୍କବକ୍ଷସଗ୍ଧଚ୍ଚ ଓଦ୍ଭୟରଙ୍ଘ ର ମାତ୍ର ୭୦ ଉପରକୁ ରହୁଛି। ଯାହାକି ମଣିଷ ଶରୀର ପାଇଁ ଉପଯୋଗୀ ନୁହେଁ।

କଟକରେ ସର୍ବାଧିକ ଦୁଇ ଚକିଆ ଯାନ ଗଚ୍ଛିତ ଥିବା ବେଳେ ଘରୋଇ ଚାରି ଚକିଆ ଯାନ ପ୍ରବଳ ମାତ୍ରାରେ ବ୍ୟବହାର ହେଉଛି। ଏଥିରୁ ନିର୍ଗତ ଧୁଆଁର ମାତ୍ରା ୨୭ ପ୍ରତିଶତ ରହିଛି ଯାହାକି ପିଏମ ୨.୫ ରେ ପହଂଚିଛି। କଟକ ସହରରେ ବାୟୁ ଗୁଣବତ୍ତା ଅସ୍ୱାସ୍ଥ୍ୟକର ରହିଛି ବୋଲି ୨୦୧୭ ମସିହାରେ ସିପିସିବି ରିପୋର୍ଟରେ କହିଛି। ତେବେ ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଯାନବାହାନ କମ ବ୍ୟବହାର କରିବାର ଆବଶ୍ୟକତା ଥିବା ବେଳେ ଏସିର କମ୍ ବ୍ୟବହାର, ସଠିକ୍ ଅଡିଆ ଆବର୍ଜନା ପରିଚାଳନା, ନିଜେ ସଚେତନ ହୋଇ ଅନ୍ୟଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସ୍ବେଛାସେବୀ ସଂଗଠନ ସ୍ଵିଚ ଅନ ପକ୍ଷରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ କୁହାଯାଇଛି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ସହ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.