ପୁନଶ୍ଚ ପୃଥିବୀ

Environmentalist: ପରିବେଶ ଯୋଦ୍ଧା: ‘କଳ୍ପତରୁ ମିତ୍ର’ ନିଖିଲ

ଗଛ ଯଦି ଲଗାଇବା, ଉପକାରୀ ଗଛ କାହିଁକି ବ‌ା ନ ଲଗାଇବା? ଯେଉଁ ଗଛର ଆୟୁ ଅଧିକ, ଯେଉଁ ଗଛରେ ଔଷଧୀୟ ଗୁଣ ଅଧିକ ରହିଛି, ଯେଉଁ ଗଛ ମୃତ୍ତିକ‌ା ଅବକ୍ଷୟକୁ ରୋକିବାର କ୍ଷମତା ରଖେ; ସେପରି ଗଛଟି ଚୟନ କରିବାରେ ଅସୁବିଧା କ’ଣ?

ଗଛ ଯଦି ଲଗାଇବା, ଉପକାରୀ ଗଛ କାହିଁକି ବ‌ା ନ ଲଗାଇବା? ଯେଉଁ ଗଛର ଆୟୁ ଅଧିକ, ଯେଉଁ ଗଛରେ ଔଷଧୀୟ ଗୁଣ ଅଧିକ ରହିଛି, ଯେଉଁ ଗଛ ମୃତ୍ତିକ‌ା ଅବକ୍ଷୟକୁ ରୋକିବାର କ୍ଷମତା ରଖେ; ସେପରି ଗଛଟି ଚୟନ କରିବାରେ ଅସୁବିଧା କ’ଣ? ଏଭଳି ଏକ ଚିନ୍ତାଧାରା ନେଇ କେବଳ ‘କଳ୍ପତରୁ ବୃକ୍ଷ’ ରୋପଣ ଦିଗରେ ମନୋନିବେଶ କରିଛନ୍ତି ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଯୁବ ପରିବେଶ ପ୍ରେମୀ ନିଖିଲ ମେହୁଲ।

ସେ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ସଂପ୍ରତି ଭୂଗୋଳକୁ ନେଇ ଗବେଷଣା କରୁଛନ୍ତି। ରାଞ୍ଚିର ଡୋରାଣ୍ଡୋରେ ଥିବା ୨୫୦ ବର୍ଷ ତଳର ଏକ କଳ୍ପତରୁ ବୃକ୍ଷକୁ ଦେଖିବା ପରେ ନିଖିଲ୍ ଏ ଗଛ ସଂପର୍କରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କଲେ। ଏହି ଗଛର ଉପକାରିତା ତାଙ୍କୁ ବେଶ୍‌ ପ୍ରଭାବିତ କରିବା ହେତୁ ସେ ଏବେ ଏହାର ବଂଶ ବୃଦ୍ଧି କରିବା ଦିଗରେ ଅନବରତ କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ନିଖିଲ ଝାଡ଼ଖଣ୍ଡରେ ପ୍ରାୟ ୨୧୦୦ କଳ୍ପତରୁ ବୃକ୍ଷରୋପଣ କରି ସାରିଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ‘କଳ୍ପତରୁ ମିତ୍ର’ ସମ୍ମାନ ପ୍ରଦାନ କରାଯାଇଛି। ସେ ଲଗାଇଥିବା ଗଛରୁ ଅନେକ ଏବେ ବିରାଟକାୟ ଦ୍ରୁମ ହୋଇ ସ୍ଥାନୀୟ ଲୋକଙ୍କୁ ଛାୟା, ଔଷଧୀୟ ଉପାଦାନ ଯୋଗାଇବା ସହ ଜଳ ସଂରକ୍ଷଣ ଦିଗରେ ବି ସାହାଯ୍ୟ କରୁଛି।

ନିଖିଲ କଳ୍ପତରୁ ଚାରାର ଏକ ନର୍ସରି ବି ତିଆରି କରିଛନ୍ତି। ଏହାଫଳରେ ଲୋକମାନେ ସହଜରେ ଚାରା ପାଇପାରିବେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ଏହି ଚାରା ଉପହାର ଦେବା ସହ ବନ ବିଭାଗକୁ ମଧ୍ୟ ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିକୁ ‘କଳ୍ପତରୁନଗର’ରେ ପରିଣତ କରିବା ହେଉଛି ତାଙ୍କର ଲକ୍ଷ୍ୟ।

ଏହି ଗଛର ଆୟୁ ପ୍ରାୟ ୨୫୦୦ ବର୍ଷ ହୋଇଥିବା ବେଳେ ଏଥିରେ ଔଷଧୀୟ ଗୁଣ ବ୍ୟତୀତ ଅନେକ ଧାର୍ମିକ ଗୁରୁତ୍ବ ମଧ୍ୟ ରହିଛି। ଗଛର ପତ୍ରରୁ ନେଇ ‌ଚେର ଆଦି ବିଭିନ୍ନ ଅଂଶରେ ଔଷଧୀୟ ଗୁଣ ଭରି ରହିଛି। କେବଳ ବୃକ୍ଷରୋପଣ କରିଦେଲେ ପରିବେଶ ପ୍ରତି ଆମର କର୍ତ୍ତବ୍ୟ ଶେଷ ହୋଇଯାଏ ନାହିଁ- ଏହି କଥାକୁ ହୃଦୟଙ୍ଗମ କରିବା ପରେ ସେ ସ୍ଥାନୀୟ ବାସିନ୍ଦା, ବିଶେଷ କରି ଛୋଟପିଲାମାନଙ୍କୁ ଏହି ବୃକ୍ଷର ଆବଶ୍ୟକତା ସଂପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button