ଓଡିଶା

Exam: ସୁନୀତା ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ମାଟ୍ରିକ୍ ପରୀକ୍ଷାର୍ଥୀ: ଉଚ୍ଚତା ମାତ୍ର ଦେଢ଼ଫୁଟ

ସମ୍ଭବତଃ ସୁନୀତା ହେଉଛନ୍ତି ରାଜ୍ୟର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ମାଟ୍ରିକ୍‌ ପରୀକ୍ଷାର୍ଥୀ। ବୟସ ତୁଳନାରେ ତାଙ୍କ ଉଚ୍ଚତା ଖୁବ୍‌ କମ୍। ମାତ୍ର ଦେଢ଼ଫୁଟ। କାମାକ୍ଷାନଗର ବ୍ଲକ୍‌ ମହୁଲପାଳସ୍ଥିତ ନିଗମାନନ୍ଦ ହାଇସ୍କୁଲର ଛାତ୍ରୀ....

କାମାକ୍ଷାନଗର: ସମ୍ଭବତଃ ସୁନୀତା ହେଉଛନ୍ତି ରାଜ୍ୟର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ମାଟ୍ରିକ୍‌ ପରୀକ୍ଷାର୍ଥୀ। ବୟସ ତୁଳନାରେ ତାଙ୍କ ଉଚ୍ଚତା ଖୁବ୍‌ କମ୍। ମାତ୍ର ଦେଢ଼ଫୁଟ। କାମାକ୍ଷାନଗର ବ୍ଲକ୍‌ ମହୁଲପାଳସ୍ଥିତ ନିଗମାନନ୍ଦ ହାଇସ୍କୁଲର ଛାତ୍ରୀ ସୁନିତା ନାୟକ (୧୪) ଚଳିତବର୍ଷ କାନପୁରାସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଦେଉଛନ୍ତି। ସେ ଠିକ୍‌ ଭାବେ କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। ନିଜ ମନର ପରିଭାଷା ଠାରରେ ଜଣାଇଥାନ୍ତି। ସୁନୀତାଙ୍କୁ ତାଙ୍କ ମାଆ ସ୍କୁଲ ନେବା ଆଣିବା କରନ୍ତି।

ଜନ୍ମରୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ଆଉ ଅଭିବୃଦ୍ଧି ହୋଇ ପାରି ନଥିଲା। ତେବେ ପାଠପଢ଼ିବା ଲାଗି ତାଙ୍କର ଆଗ୍ରହ ଓ ଝୁଙ୍କ ଆଗରେ ସବୁ ପ୍ରତିବନ୍ଧକ ହାର ମାନିଛି। ସୁନୀତାଙ୍କ ପାଇଁ ମାଟ୍ରିକ୍ ପରୀକ୍ଷାର ମାଧ୍ୟମ ହୋଇଛନ୍ତି ସଂପର୍କୀୟ ଭାଇ ପ୍ରତାପ ନାୟକ। ପ୍ରତାପ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଭଉଣୀର ‘ଠାର’ ପରିଭାଷା ବୁଝି ତାଙ୍କ ପାଇଁ ପରୀକ୍ଷା ଦେଉଛନ୍ତି। ସୁନୀତାଙ୍କ ଘର କାମାକ୍ଷାନଗର ବ୍ଲକ୍‌ ସାରୁଆଳି ଗାଁରେ। ଦିବ୍ୟାଙ୍ଗ ସତ୍ତ୍ବେ ଝିଅକୁ ଶିକ୍ଷିତ କରିବା ପାଇଁ ତାଙ୍କ ମାଆ ପ୍ରୟାସ ଜାରି ରଖିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button