ଜିଲ୍ଲା

Examination: ହୋମ୍‌ଗାର୍ଡ ପରୀକ୍ଷା: ୧୮୭ ପଦବି ପାଇଁ ୯ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀ

ସମ୍ବଲପୁର ପୁଲିସ ଦ୍ବାରା ମଙ୍ଗଳବାର ଆୟୋଜିତ ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଉପସ୍ଥିତ ଦେଖିବାକୁ ମିଳିଛି। ଯଦିଓ ଏହି ଚାକିରି ପାଇଁ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା କେବଳ ପଞ୍ଚମ ଶ୍ରେଣୀ ଆବଶ୍ୟକ।

ସମ୍ବଲପୁର (ଜିତେନ୍ଦ୍ର ଦାଶ): ସମ୍ବଲପୁର ପୁଲିସ ଦ୍ବାରା ମଙ୍ଗଳବାର ଆୟୋଜିତ ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଉପସ୍ଥିତ ଦେଖିବାକୁ ମିଳିଛି। ଯଦିଓ ଏହି ଚାକିରି ପାଇଁ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା କେବଳ ପଞ୍ଚମ ଶ୍ରେଣୀ ଆବଶ୍ୟକ। ତଥାପି ୨୪ଟି ପୁଲିସ ଷ୍ଟେସନରେ ମାତ୍ର ୧୮୭ଟି ହୋମଗାର୍ଡ ପଦବି ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ୯ ହଜାର ଊର୍ଦ୍ଧ୍ବ ପ୍ରାର୍ଥୀ ଉପସ୍ଥିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ହୋମଗାର୍ଡ ଡିଏସପି ବିଲକିସ୍ ବାନୋ ବିବି।

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତାସ୍ତର ଆଶ୍ଚର୍ଯ୍ୟଜନକ। କାରଣ ଅନେକ ସ୍ନାତକ, ଇଞ୍ଜିନିୟର, ଏମବିଏ, ଏମସିଏ, ଡିପ୍ଲୋମା, ଆଇଟିଆଇ ଏବଂ କମ୍ପୁଟର ବିଜ୍ଞାନଧାରୀ ଅଟନ୍ତି। ଏହି ଚାକିରିରେ ଦୈନିକ ମଜୁରୀ ୬୧୨ ଟଙ୍କା ଯାହା ମାସିକ ୧୮ ହଜାର ୩୬୦ ଟଙ୍କା। ମୋଟେଇ ବେତନ ଏବଂ ମୌଳିକ ଯୋଗ୍ୟତା ମାନଦଣ୍ଡ ସତ୍ତ୍ୱେ ନିଯୁକ୍ତି ଅଭିଯାନରେ ଉପସ୍ଥିତି ଯୁବକମାନଙ୍କ ମଧ୍ୟରେ ବିଶେଷକରି ଉଚ୍ଚଶିକ୍ଷା ଡିଗ୍ରିଧାରୀଙ୍କ ମଧ୍ୟରେ ଚାକିରି ପାଇଁ ବଢୁଥିବା ଅନୁସନ୍ଧାନକୁ ପ୍ରତିଫଳିତ କରିଛି।

ନିଯୁକ୍ତିର ଘୋର ଅଭାବ!

ସମ୍ବଲପୁର ଜିଲ୍ଲାରେ ପୁଲିସ ଗାଡ଼ି ଚାଳକ ଓ କମ୍ପୁଟର କାର୍ଯ୍ୟ ପାଇଁ ଏହି ପଦବି ସୃଷ୍ଟି କରାଯାଇଥିଲା, ଯାହାର ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ରଖା ଯାଇଥିଲା। କିନ୍ତୁ ଆଜିର ପରୀକ୍ଷାରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଯୋଗଦେଇ ପ୍ରମାଣ କରିଛନ୍ତି ରାଜ୍ୟରେ ନିଯୁକ୍ତିର ଘୋର ଅଭାବ ରହିଛି। ଯେଉଁଥି ପାଇଁ ଉଚ୍ଚଶିକ୍ଷିତ ପ୍ରାର୍ଥୀମାନେ ହୋମଗାର୍ଡ ନିଯୁକ୍ତିରେ ନିଜକୁ ସାମିଲ କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ଜମାଦାରପାଲି ଏୟାର୍ ଷ୍ଟ୍ରିପ୍ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ରିପୋଟିଂ ସମୟ ଥିବା ବେଳେ ପିଲାମାନଙ୍କୁ ପଡ଼ିଆ ଭିତରକୁ ୯ଟା ସମୟରେ ପ୍ରବେଶ କରିବା ପାଇଁ ଦିଆ ଯାଇଥିଲା। ପରେ ୧୦.୩୦ରେ ପିଲାଙ୍କୁ ପରୀକ୍ଷା ପ୍ରଶ୍ନପତ୍ର ଦିଆଯାଇଥିଲା। ଏଥି ସହିତ ୨୦ ନମ୍ବର ପାଇଁ ୩୦ ମିନିଟର ପାରାଗ୍ରାପ୍‌ ଲେଖିବାକୁ ସମୟ ଦିଆଯାଇଥିଲା। ଏହାପରେ ଏକ ଘଣ୍ଟା ପାଇଁ ୩୦ ନମ୍ବରର ସାଧାରଣ ଜ୍ଞାନ ପରୀକ୍ଷା ହୋଇଥିଲା।

ସୁରକ୍ଷା, ସୁଗମ ପରିଚାଳନା ନିଶ୍ଚିତ

ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନିର୍ଦେଶରେ ୩ ଜଣ ଅତିରିକ୍ତ ଏସପି, ୨୪ ଜଣ ଇନ୍ସପେକ୍ଟର, ୮୬ ଜଣ ଏସଆଇ ଏବଂ ଏଏସଆଇ, ଏବଂ ୧୦୦ରୁ ଅଧିକ ହୋମଗାର୍ଡ ଏବଂ ଟ୍ରାଫିକ ପୋଲିସ କର୍ମଚାରୀ ସହିତ ପରୀକ୍ଷାର ସୁରକ୍ଷା ଏବଂ ସୁଗମ ପରିଚାଳନା ନିଶ୍ଚିତ କରିଥିଲେ। ଏହା ସହିତ ଏୟାର୍ ଷ୍ଟ୍ରିପ୍ ପଡ଼ିଆରେ ପରୀକ୍ଷା ସମୟରେ ପ୍ରାର୍ଥୀମାନଙ୍କୁ ନିରୀକ୍ଷଣ କରିବା ପାଇଁ ଡ୍ରୋନ୍ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଡିଆଇବି ଶଶାଙ୍କ ବେହୁରା।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button