ଓଡିଶା

Fire Cloth Store ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫୦ କର୍ମଚାରୀ ନିୟୋଜିତ

କରଞ୍ଜିଆ ସହରର ଅମ୍ବିକା ମନ୍ଦିର ପଛପଟକୁ ଥିବା ସରିତା କ୍ଲଥ ଷ୍ଟୋର ନାମକ ଲୁଗା ଦୋକାନ ଓ ଗୋଦାମରେ fire। ଘଟଣା ସ୍ଥଳରେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କରୁଛି ଆୟତ୍ତ।

କରଞ୍ଜିଆ ସିଟି: କରଞ୍ଜିଆ ସହରର ଅମ୍ବିକା ମନ୍ଦିର ପଛପଟକୁ ଥିବା ସରିତା କ୍ଲଥ ଷ୍ଟୋର ନାମକ ଲୁଗା ଦୋକାନ ଓ ଗୋଦାମରେ ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କରୁଛି ଆୟତ୍ତ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖା ଯାଇଥିଲେ ବି ପୁରାପୁରି ଭାବେ ନିଆଁକୁ ଆୟତ୍ତ କରି ପାରିନି ଅଗ୍ନିଶମ ବିଭାଗ।

ହୁତୁ ହୁତୁ ହୋଇ ଜଳୁଛି ଲୁଗା ଦୋକାନ

ପ୍ରବଳ ମାତ୍ରାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଲାଗିଥିବା ବେଳେ ପାଖାପାଖି ୫୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button