Fire Motorcycle Parts Godown: ଜଳିଗଲା ମୋଟରସାଇକେଲ ପାର୍ଟସ୍ ଗୋଦାମ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଜଗତସିଂହପୁର: ପାରାଦୀପ ଅଠରବାଙ୍କି ମାର୍କେଟ ବିଲ୍ଡିଂରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି। ଏକ ମୋଟରସାଇକେଲ ପାର୍ଟସ୍ ଗୋଦାମରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଖବର ପାଇ କୁଜଙ୍ଗ, ପାରାଦୀପ ବନ୍ଦର ଓ ଇଫକୋ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ‌ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଯେହେତୁ ପାର୍ଟ୍ସ ଗୁଡ଼ିକ ଜରି ଓ କାଗଜ ପେଟିରେ ପ୍ୟାକିଂ ହୋଇଥିବାରୁ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା ଏବଂ ଗୋଦାମ ଘରେ ଥିବା ସମସ୍ତ ପାର୍ଟ୍ସ ପୋଡ଼ି ନଷ୍ଟ ହୋଇଯାଇଛି।

 

ସୌଜନ୍ୟ – ସମ୍ବାଦ