ଓଡିଶାଜିଲ୍ଲା

Firewood: ଜାଳେଣି କାଠ ଉପରେ ୮୦ ପ୍ରତିଶତ ଆଦିବାସୀ ନିର୍ଭରଶିଳ

ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ବିଶ୍ବର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ବିଶେଷ କରି ଏଲପିଜି ଗ୍ୟାସ୍‌ ଅଭାବ ଯୋଗୁ ସିଧା ରୋଷେଇ...

ଡାବୁଗାଁ (ସଂଜୟ ପାଢ଼ୀ): ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ବିଶ୍ବର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ବିଶେଷ କରି ଏଲପିଜି ଗ୍ୟାସ୍‌ ଅଭାବ ଯୋଗୁ ସିଧା ରୋଷେଇ ଘରେ ମାଡ ହୋଇଛି। ଗାଁ ଠାରୁ ସହର ସବୁଠି ଗୋଟିଏ ହାଣ୍ଡି ଗ୍ୟାସ ପାଇବାକୁ ଚିନ୍ତା ଘାରିଛି। କିନ୍ତୁ ନବରଙ୍ଗପୁରଜିଲ୍ଲାଡାବୁଗାଁ ବ୍ଲକର ଗ୍ରାମାଞ୍ଚଳରେ ଗ୍ୟାସ୍‌ ଚିନ୍ତା ଦେଖିବାକୁ ମିଳୁନାହିଁ।

ଡାବୁଗାଁ ଅଞ୍ଚଳରେ  ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଆଦିବାସୀ ଜନଜାତି ବସବାସ କରୁଥିବା ବେଳେ ଜଙ୍ଗଲର ଜାଳେଣି କାଠ ଉପରେ ନିର୍ଭର କରୁଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ଉଜ୍ଜଳା ମାଧ୍ୟମରେ ରିହାତିରେ ଏ ଅଞ୍ଚଳର ଗରିବ ଶ୍ରେଣୀର ଅଧିବାସୀଙ୍କୁ ସରକାର ମାଗଣାରେ ଏଲପିଜି ଗ୍ୟାସ୍‌ ଯୋଗାଇ ଦେଇଥିଲେ ସୁଦ୍ଧା ତାହାକୁ ପୁନଃ ଗ୍ୟାସ ରିଫିଲ ନ କରି ଅଧିବାସୀମାନେ ଘରର ଗୋଟିଏ କୋଣରେ ପକାଇ ରଖିଥିବା ଦେଖିବାକୁ ମିଳିଛି। ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମାଞ୍ଚଳରେ ଲୋକଙ୍କୁ ଯଥେଷ୍ଟ ସଚେତନ କରାଯାଇଥିଲେ ସୁଦ୍ଧା ଲୋକେ ଜାଳେଣି କାଠକୁ ପ୍ରଥମ ପସନ୍ଦ କରିଛନ୍ତି।

ଡାବୁଗାଁ ବନାଞ୍ଚଳରେ ବିସ୍ତୃତ ଜଙ୍ଗଲ ରହିଥିବାରୁ ଗ୍ରାମାଞ୍ଚଳର ମହିଳାମାନେ ଶୁଖିଲା କାଠ ସଂଗ୍ରହ କରିବାକୁ ପ୍ରତିଦିନ ଜଙ୍ଗଲ ଯାଇଥାନ୍ତି। ଜଙ୍ଗଲ ଜାତ ଦ୍ରବ୍ଯ ସହ ଶୁଖିଲା କାଠ ଆଣି ରୋଷେଇ କରିଥାନ୍ତି। ଏପରିକି ଡାବୁଗାଁ ବ୍ଲକ ସଦରରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଆଦିବାସୀ ଜନଜାତି ରହୁଥିବା ବେଳେ ସେମାନେ ମଧ୍ୟ ଏଲପିଜି ଗ୍ୟାସ ବଦଳରେ ଜାଳେଣି କାଠ କୁ ପସନ୍ଦ କରୁଛନ୍ତି। ବନ ବିଭାଗ ତରଫରୁ ଗ୍ୟାସ ର ବ୍ୟବହାର ପାଇଁ ଯଥେଷ୍ଟ ସଚେତନ କରାଯାଉ ଥିଲେ ସୁଦ୍ଧା ଗ୍ରାମାଞ୍ଚଳର ଲୋକେ ଗ୍ୟାସ ବଦଳରେ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଡାବୁଗାଁ ବ୍ଲକର ଗ୍ରାମାଞ୍ଚଳ ଲୋକଙ୍କୁ ଏଲପିଜି ଗ୍ୟାସ ର ଚିନ୍ତା ଦେଖିବାକୁ ମିଳୁନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button