ଦେଶ ବିଦେଶ

First Crewed Mission: ଦୀର୍ଘ ୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ଯିବ ମନୁଷ୍ୟ

ଆର୍ଟେମିସ୍‌ ଦ୍ବିତୀୟ ମିଶନ ୫୩ ବର୍ଷ ପରେ ମନୁଷ୍ୟକୁ ଚନ୍ଦ୍ର ନିକଟକୁ ନେଇ ଯିବ। ଚାରି ଜଣ ମହାକାଶଚାରୀ ରିଡ ଭାଇସମ୍ୟାନ, ଭିକ୍ଟର ଗ୍ଲୋବର, କ୍ରିଷ୍ଟିନା କୋଚଙ୍କ ସହିତ କାନାଡା ‌ସ୍ପେଶ ଏଜେନ୍ସିର ଜେରେମି ହେନସେନ ଏହି ମିଶନରେ ଯିବେ।

ୱାସିଂଟନ: ଆମେରିକାର ମହାକାଶ ସଂସ୍ଥା ନାସା ଏପ୍ରିଲ ୧ରୁ ଏହାର ମହତ୍ବକାଂକ୍ଷୀ ମିଶନ ଆରମ୍ଭ କରିବାକୁ ଯାଉଛି। ଆର୍ଟେମିସ୍‌ ଦ୍ବିତୀୟ ମିଶନ ୫୩ ବର୍ଷ ପରେ ମନୁଷ୍ୟକୁ ଚନ୍ଦ୍ର ନିକଟକୁ ନେଇ ଯିବ। ଚାରି ଜଣ ମହାକାଶଚାରୀ ରିଡ ଭାଇସମ୍ୟାନ, ଭିକ୍ଟର ଗ୍ଲୋବର, କ୍ରିଷ୍ଟିନା କୋଚଙ୍କ ସହିତ କାନାଡା ‌ସ୍ପେଶ ଏଜେନ୍ସିର ଜେରେମି ହେନସେନ ଏହି ମିଶନରେ ଯିବେ। କ୍ରିଷ୍ଟିନା କୋଚ ଲୋ ଆର୍ଥ ଅର୍ବିଟ (ନିମ୍ନ କକ୍ଷ)ରୁ ଆଗକୁ ତଥା ଚନ୍ଦ୍ରମା ନିକଟକୁ ଯିବାରେ ପ୍ରଥମ ମହିଳା ହେବେ। ସେ ପୂର୍ବରୁ ମହାକାଶ ଷ୍ଟେସନରେ ଜଣେ ମହିଳାଙ୍କ ଦ୍ୱାରା ସବୁଠାରୁ ଦୀର୍ଘ ନିରନ୍ତର ମହାକାଶ ଯାତ୍ରା (୩୨୮ ଦିନ)ର ରେକର୍ଡ ସ୍ଥାପନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button