ଜୀବନଚର୍ଯ୍ୟା

ଏବେ ଆରମ୍ଭରୁ ଧରାପଡିଯିବ କର୍କଟ, ବୁନ୍ଦାଏ ରକ୍ତରୁ ୧୦ ହଜାର ଗୁଣା ଅଧିକ ସଠିକ କ୍ୟାନସର ନିରୁପଣ କରିବ ଏହି ଯନ୍ତ୍ର

ନୂଆଦିଲ୍ଲୀ: ଝାଙ୍ଗଝୋଉସ୍ଥିତ ୱେଷ୍ଟଲେକ୍ ବିଶ୍ୱବିଦ୍ୟାଳୟର ୱେନ ଲିୟାଓୟୋଙ୍ଗଙ୍କ ଅନୁସାରେ ଖୁବ୍ ଶୀଘ୍ର ବୁନ୍ଦାଏ ରକ୍ତରୁ ପ୍ରାରମ୍ଭିକ ପର୍ଯ୍ୟାୟ କ୍ୟାନସରକୁ ଧରାଯାଇ ପାରିବ। ୱେନ ଓ ତାଙ୍କ ଟିମ୍ କ୍ୟାନସରକୁ ଚିହ୍ନଟ କରିବା ପାଇଁ ଏକ ଏପରି ପ୍ରଣାଳୀ ରୂପାନ୍ତରିତ କରିଛନ୍ତି ଯାହା ଲାଗି ପ୍ରଥମେ ରେଫ୍ରିଜେରେଟର ଆକାରର ଏକ ଉପକରଣ ଆବଶ୍ୟକ ପଡୁଥିଲା। ଏବେ ଏହା ହାତ ପାପୁଲିରେ ରହିଯାଇ ପାରୁଛି ଓ ଏହାର ସଠିକତା ପାରମ୍ପରିକ ଉପାୟ ତୁଳନାରେ ପାଖାପାଖି ୧୦ ହଜାର ଗୁଣା ଅଧିକ।

ୱେନ ୧୩ ମେରେ ପ୍ରକାଶିତ ନେଚର ଫଟୋନିକ୍ସ ପତ୍ରିକାରେ ପ୍ରକାଶିତ ପତ୍ରର ପ୍ରସ୍ତାବନା ଲେଖିଛନ୍ତି। ଏହି ପରିଣାମକୁ ପ୍ରାପ୍ତ କରିବା ପାଇଁ ବୈଜ୍ଞାନିକ ସିଗ୍ନାଲ ମାପିବା ବିଧିରେ ପରିବର୍ତ୍ତନ କରିଛନ୍ତି। ଆଲୋକ ତରଙ୍ଗର ଦୈର୍ଘ୍ୟ ମାପିବା ବଦଳେ ବୈଜ୍ଞାନିକମାନେ ଆଲୋକର ତୀବ୍ରତା ମାପିବା ପାଇଁ ଏକ ବିଶେଷ ଥ୍ରୀ-ଡି ଚିପ୍ ଉପଯୋଗ କରିଛନ୍ତି। ଏହି ଉପକରଣ ରକ୍ତ ନମୁନାରେ ହେଉଥିବା ଅତ୍ୟନ୍ତ ଛୋଟ ପରିବର୍ତ୍ତନକୁ ଜାଣି ପାରିବ। ଏହା ସହ ଗବେଷକ ଦଳ ଚିପ୍ ନିର୍ମାଣର ଖର୍ଚ୍ଚକୁ କମ୍ କରିବା ପାଇଁ ଉପାୟ ସନ୍ଧାନରେ ଅଛନ୍ତି।

ପୂର୍ବରୁ କନେକ୍ଟିକଟ ବିଶ୍ୱବିଦ୍ୟାଳୟରେ ଗବେଷକ ଥିବା ୱେନ ୨୦୧୯ରୁ ୱେଷ୍ଟଲେକ୍ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ ସ୍କୁଲରେ ସହାୟକ ପ୍ରଫେସର ଓ ସ୍ୱାଧୀନ ଗବେଷକ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି। ନିକଟରେ ତାଙ୍କୁ ଆସୋସିଏଟ ପ୍ରଫେସର ପଦକୁ ପଦୋନ୍ନତୀ ଦିଆଯାଇଛି। ତାଙ୍କର ଗବେଷଣା ମୁଖ୍ୟ ରୂପେ ନୂତନ ବହୁ-ଉପାଦାନ ନାନୋ ସଂରଚନା କୃତ ସାମଗ୍ରୀ ଓ ସେମାନଙ୍କ ବ୍ୟାପକ ଓ ବହୁମଖି ପ୍ରୟୋଗ ଉପରେ ଆଧାରିତ।

 

 

 

ସୌଜନ୍ୟ Prameya News7

Show More
Back to top button