ଖେଳଦେଶ ବିଦେଶ

Foreign Players : ମିଛ ବାହାନା କରି ଆଇପିଏଲ୍‌ ମ୍ୟାଚ୍‌ ଖେଳୁନାହାନ୍ତି କି ବିଦେଶୀ ଖେଳାଳି ?

ନୂଆଦିଲ୍ଲୀ: ନିଲାମ ବେଳେ କୋଟି କୋଟି ଟଙ୍କାରେ କିଣାହୋଇଥିବା ବିଦେଶୀ ଖେଳାଳିମାନେ ଆଇପିଏଲ୍‌ ଖେଳିବାରେ ସେତେଟା ନିଷ୍ଠା ରଖୁନାହାନ୍ତି କି ? ଆହତ ହେବାର ମିଛ ବାହାନା କରି ପ୍ରତିଯୋଗିତାରୁ ଓହରିଯାଉଛନ୍ତି କି ? ଆଇପିଏଲ୍‌ର ଚଳିତ ଋତୁ ଶେଷ ହୋଇଆସୁଥିବାବେଳେ ଏସବୁ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜିର ବରିଷ୍ଠ ଅଧିକାରୀ।

ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ତଥା ନିର୍ଦ୍ଦେଶକ କୁମାର ସଂଗାକାରା କହିଛନ୍ତି, ‘‘ ଖେଳାଳିଙ୍କ ଉପଲବ୍ଧତା ନେଇ ବିସିସିଆଇ ନିଜ ନିୟମକୁ କଡ଼ାକଡ଼ି କରୁ। ଅବଶ୍ୟ ଆମେ ବୁଝିପାରୁଛୁ ଯେ ସବୁ ଖେଳା​ଳି ଆହତ, ଗୁରୁତର ଆହତ କିମ୍ବା ଗୋଟିଏ ଋତୁରେ ଆଉ ଖେଳିନପାରିବା ଭଳି ଆହତାବସ୍ଥାର ସମସ୍ୟାର ସମ୍ମୁଖୀନ ହୁଅନ୍ତି’’। ଗୁରୁତ୍ବପୂର୍ଣ୍ଣ ସମୟରେ ଇଂଲଣ୍ଡ ଖେଳାଳି ସାମ୍‌ କୁରାନ୍‌ଙ୍କ ଅନୁପସ୍ଥିତିକୁ ନେଇ ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଆମକୁ କୁହାଯାଇଥିଲା ଯେ ସେ ଆହତ ହୋଇଛନ୍ତି ଓ ଆଇପିଏଲ୍‌ର ଚଳିତ ଋତୁରେ ଖେଳିପାରିବେ ନାହିଁ। କିନ୍ତୁ ଇଂଲଣ୍ଡରେ ସେ ‘ସରେ’ ଦଳ ପାଇଁ ଦୁଇତିନୋଟି ମ୍ୟାଚ୍‌ ଖେଳୁଥିବା ଦେଖାଯାଇଛି। ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଭଲ ହୋଇଥାନ୍ତା।

ଆହତ ହେବା କହି ଅନ୍ୟ ଦଳ ପାଇଁ ଖେଳୁଛନ୍ତି ଖେଳାଳି‌;କୁମାର ସଂଗାକାରା

ସେହିପରି ପଞ୍ଜାବ କିଙ୍ଗ୍ସର ମାଲିକ ରୋହିତ ବର୍ମନ୍‌ କହିଛନ୍ତି ଯେ ବିସିସିଆଇ ଓ ବିଦେଶୀ ବୋର୍ଡମାନଙ୍କ ମଧ୍ୟରେ ସମନ୍ବୟ ରହି ଖେଳାଳିଙ୍କ ଉପଲବ୍ଧତା କ୍ଷେତ୍ରରେ ଉନ୍ନତି ଆସୁ, ଯେପରି ଦଳଗୁଡ଼ିକର ଭାରସାମ୍ୟ ବିଗିଡ଼ିନଯିବ।ଚଳିତ ଋତୁରେ ବିଦେଶୀ ଖେଳାଳିଙ୍କ ଆହତାବସ୍ଥା ଏକ ବଡ଼ ସମସ୍ୟାଭାବେ ଦେଖାଦେଇଥିଲା। ଅଷ୍ଟ୍ରେଲୀୟ ଖେଳା​ଳି ମିଟେଲ୍‌ ଷ୍ଟାର୍କ ଓ ପାଟ୍‌ କମିନ୍ସ ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟରେ ନିଜ ନିଜ ଫ୍ରାଞ୍ଚାଇଜି ସହିତ ଯୋଗ ଦେଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି କ୍ବିଣ୍ଟନ୍‌ ଡି’କକ୍‌ ଭଲ ଲୟରେ ଥିଲେ ବି ଆହତ ଯୋଗୁଁ ଅଧାରୁ ଫେରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button