Forest Fire: ଜଳୁଛି ଜଙ୍ଗଲ, ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ

ଜଳୁଛି ଜଙ୍ଗଲ। ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ। ପ୍ରଦୂଷିତ ହେଉଛି ପରିବେଶ। ହାତ ବାନ୍ଧି ବସିଛି ବନ ବିଭାଗ। ଛୋଟ ମୋଟ ନିଆଁ ନୁହଁ। ଏକର ଏକର ଜମିରେ ଲାଗିଛି ନିଆଁ। ତାହାବି ମନୁଷ୍ୟ କୃତ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ।

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଜଳୁଛି ଜଙ୍ଗଲ। ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ। ପ୍ରଦୂଷିତ ହେଉଛି ପରିବେଶ। ହାତ ବାନ୍ଧି ବସିଛି ବନ ବିଭାଗ। ଛୋଟ ମୋଟ ନିଆଁ ନୁହଁ। ଏକର ଏକର ଜମିରେ ଲାଗିଛି ନିଆଁ। ତାହାବି ମନୁଷ୍ୟ କୃତ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତିଜିଲ୍ଲା ଗୁମ୍ମା ଅଞ୍ଚଳରେ ଥିବା ଦେବଗିରି ପାହାଡ଼ରେ। କିନ୍ତୁ ଅଫିସ୍ ଭିତରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ନିୟନ୍ତ୍ରଣ କରୁଛି ବନାଗ୍ନି।

କୁହାଯାଉଛି କୁଆଡ଼େ ସେଟଲାଇଟ ମାଧ୍ୟମରେ ସବୁ ସ୍ପଟ୍‌ର ସୁଚନା ବନ ବିଭାଗକୁ ମିଳୁଛି। ତାହା ବନାଗ୍ନିକୁ କାହିଁକି ରୋକା ଯାଉନାହିଁ। ଯଦି ନା ମିଛ ବାହାସ୍କୁଟ କାହିଁକି? ପ୍ରତ୍ୟେକ ଦିନ ୩୦ରୁ ୪୦ ସ୍ଥାନରେ ନିଆଁ ଲିଭାଗଲା ବୋଲି ସୂଚନା ଦିଆଯାଉଛି। କେବଳ କାଗଜ କଲମରେ କି ? ଯଦି ନା ତାହା ହେଲେ ଦିନ ତମାମ ଜଳୁଥିବା ନିଆଁର ଖବର କେମିତି ପାଇ ପାରୁନି ବନ ବିଭାଗ।

ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ କରୁଛନ୍ତି କଣ? ସଚେତନତା ଅଭାବରୁ ହେଉ ଅବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା କାରଣରୁ ନିର୍ଭୟରେ ଗଛ କାଟି ଜଙ୍ଗଲ ସଫା କରି ପୋଡୁ ଚାଷ ପାଇଁ ନିଆଁ ଲଗାଉଛନ୍ତି ଆଉ ତାହା ଦିନ ରାତି ଜଳୁଛି। ଯାହା ଆଖି ଦେଖି ସହି ପାରୁନି।

ସୌଜନ୍ୟ ସମ୍ବାଦ