Breaking News

ଗଣମାଧ୍ୟମ ଜନସାଧାରଣଙ୍କ ପାଇଁ ଏକମାତ୍ର ଭରସା

ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ଦିବସ

0

ଫୁଲବାଣୀ: ଦେଶରେ ୧୯୫୦ମସିହା ଅକ୍ଟୋବର୨୮ତାରିଖରେ ଭାରତୀୟ ପେଷାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ହୋଇଥିଲା। କେ ଚଲପତି ରାଓ ଏହାର ପ୍ରତିଷ୍ଠାତା ସଭାପତି ଥିଲେ। ଡ କେ ବିକ୍ରମ ରାଓ ବର୍ତ୍ତମାନ ଏହି ମହାସଂଘର ସଭାପତି ଅଛନ୍ତି।ଏହାର ସଦସ୍ୟ ସମଗ୍ର ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅଛନ୍ତି।ସାମ୍ବାଦିକ ମାନଙ୍କ ପେଷାଗତ ସୁରକ୍ଷା ଏହାର ଲକ୍ଷ।ଭାରତ ବର୍ଷ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ନୁହନ୍ତି।ବ୍ୟବସ୍ଥାପିକା, କାର୍ଯ୍ୟପାଳିକା,ଓ ନ୍ୟାୟ ପାଳିକା ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଗଣମାଧ୍ୟମ ଜନସାଧାରଣଙ୍କ ପାଇଁ ଏକମାତ୍ର ଭରସା। କେତେକ ଶାସକ ଓ ପ୍ରଶାସକ ନିଜ ବେଆଇନ ସ୍ୱାର୍ଥରେ ପ୍ରତିବନ୍ଧକ ପାଇଁ ଗଣମାଧ୍ୟମ କୁ ଆକ୍ରମଣ କରିବାକଙ ପଛାନ୍ତି ନାହିଁ।ଅନେକ ବିଚାରବନ୍ତ ସାମ୍ବାଦିକ ଆଜି ବି ଲୋଭ ମୋହ ବିଞାପନର ବଶବର୍ତ୍ତୀ ନ ହୋଇ ଜୀବନକୁ ବାଜି ଲଗାଇ ତଥ୍ୟଭିତିକ ନିର୍ଭୀକ ସତ୍ୟ ସମ୍ବାଦ ପରିବେଶଷଣ କରୁଛନ୍ତି।ବିଶ୍ୱର ୫୩ଟି ଦେଶରେ ଗଣମାଧ୍ୟମ ର ପ୍ରତିନିଧି ଙ୍କ ପେଷାଗତ ଓ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରି ଉପଯୁକ୍ତ ସମ୍ମାନ ଦିଆଯାଉଛି। କିନ୍ତୁ ଆମ ଦେଶରେ ଶାସକ ବା ପ୍ରଶାସକଙ୍କ ଭୁଲ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିଲେ ଆକ୍ରୋଶ ମନୋଭାବ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥାନ୍ତି। ଯୁଗେ ଯୁଗେ ଗଣମାଧ୍ୟମର ଗୁରୁତ୍ୱ ରହିଛି। କନ୍ଧମାଳର କାଟିଙ୍ଗିଆ ରାଜା ଭେଙ୍କେଟଶ ରାଓଙ୍କ ଓଡ଼ିଆ ଭାଷା ଭାଷୀଙ୍କୁ ଏକତ୍ରୀକରଣରେ ପ୍ରମୁଖ ଭୂମିକା ଥିଲା।ବ୍ରିଟିଶ ସମୟରୁ ଗଣମାଧ୍ୟମ ଆମ ଦେଶରେ ପ୍ରକାଶ ପାଉଥିବା ବକ୍ତାମାନେ ସୂଚନା ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟଭିତିକ ସତ୍ୟ ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ଚତୁର୍ଥ ସ୍ତମ୍ଭର ଭୂମିକା ପ୍ରଶଂସନୀୟ ହୋଇପାରିବ।

ଏହି ଅବସରରେ ଜିଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଡ ଅରୁପଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଅଧ୍ୟାପକ ସୁଜିତ କୁମାର ପଣ୍ଡା ଜାତୀୟ ଓ ପ୍ରାଦେଶିକ ସ୍ତରରୁ ବ୍ରିଟିଶ ସମୟରୁ ଗଣମାଧ୍ୟମ ଭୂମିକା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନବୀନ କିଶୋର ପଣ୍ଡା, ବିଷ୍ଣୁ ଚରଣ ମିଶ୍ର,ବ୍ରଜ ପଟ୍ଟନାୟକ, ନାରାୟଣ ସାହୁ ,ବିଜୟ ମହାନ୍ତି,ନବ କିଶୋର ରଥ,ରାଜୁ ପାଢୀ,ରବୀନ୍ଦ୍ର ନାଥ ମିଶ୍ର,ପ୍ରଶାନ୍ତ ବେହେରା,ସଂଘର ଉପସଭାପତି ସନ୍ତୋଷ ଦିଗାଲ କାର୍ଯ୍ୟକାରୀ ସଭାପତି ସୁନିଲ ପଟ୍ଟନାୟକ ପ୍ରମୁଖ ସମ୍ବାଦ ଓ ସାମ୍ବାଦିକତାର ପେଷାଗତ ଦିଗ, ବ୍ୟକ୍ତିଗତ ସୁରକ୍ଷା, ମାନରକ୍ଷା ସମାଜ ଗଠନ ଉପରେ ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲା ସାମ୍ବାଦିକ ସଂଘର ସାଧାରଣ ସଂମ୍ପାଦିକ ଅଶୋକ ପରିଡାକାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.