Breaking News

ମା’ ନାରାୟଣୀଙ୍କଯାତ୍ରା ସମ୍ମିଳନୀ କକ୍ଷରେ ଚକ୍ଷୁ ଚିକିତ୍ସା ଶିବିର, ଚିକିତ୍ସିତ ହେଲେ ୩ଶହ ରୋଗୀ

0

ଫୁଲବାଣୀ: ମିଳିତ ନାଗରିକ କମିଟି କନ୍ଧମାଳ, ସଚେତନ ବରିଷ୍ଠ ନାଗରିକ ମଞ୍ଚ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରଜପୁରର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ହାଟପଦାସ୍ଥିତ ମା’ ନାରାୟଣୀଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ ଶହରୁ ଅଧିକ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୫ଜଣ ଅପରେସନ ଆବଶ୍ୟକ କରୁଥିବା ବେଳେ ୨୪ଜଣଙ୍କୁ ବୀରମହାରଜପୁର ମହାନଦୀ ନେତ୍ର ଚିକିତ୍ସାଳୟକୁ ଅପରେସନ ପାଇଁ ନିଆଯାଇଛି। ଯିବା ଆସିବା ଏବଂ ଔଷଧ, ଖାଦ୍ୟପେୟ ଓ ଲେନସ ଇତ୍ୟାଦି ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ପ୍ରଶାନ୍ତ ଶତପଥୀ ଓ ପ୍ରଶାନ୍ତ ଦାସ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେଇ ରୋଗୀଙ୍କ ଚିକିତ୍ସା କରିଥିଲେ ଏବଂ ଆବଶ୍ୟକ ପରାମର୍ଶ ଦେଇଥିଲେ। ଧର୍ମରାଜ ନାୟକ କ୍ୟାମ୍ପ ପରିଚାଳନା କରିଥିଲେ। ନାଗରିକ କମିଟିର ବ୍ରହ୍ମାନନ୍ଦ ପାଣିଗ୍ରାହୀ, ରାଜ କିଶୋର ପାଢ଼ୀ, ପ୍ରଣବ ମଣ୍ଡଳ, ନବୀନ ପଣ୍ଡା ବୈଂଶୀଧର ପଣ୍ଡା, ନାରାୟଣ ସାହୁ, ବିକାଶ ମହାନ୍ତି, ଅରୁପ ଜେନା, ପ୍ରସନ୍ନ ପଟ୍ଟନାୟକ, ନବ କିଶୋର ରଥ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.